ଓଡିଶା

odisha

ETV Bharat / city

କୋରୋନା ଗାଇଡଲାଇନ ଭାଙ୍ଗିଲେ ଅପରାଜିତା, ଭୁଲ ମାନି ଦେଲେ ଜୋରିମାନା - ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯିବା ସମୟରେ କୋରୋନା ଗାଇଡଲାଇନ ଉଲ୍ଲଙ୍ଘନ କରିଥିଲେ ଅପରାଜିତା । ସମାଲୋଚନା ପରେ ଫାଇନ ଦେଇଛନ୍ତି ଭୁବନେଶ୍ବର ସାଂସଦ । ଅଧିକ ପଢନ୍ତୁ...

କୋରୋନା ଗାଇଡଲାଇନ ଭାଙ୍ଗିଲେ ଅପରାଜିତା, ଭୁଲ ମାନି ଦେଲେ ଜୋରିମାନା
କୋରୋନା ଗାଇଡଲାଇନ ଭାଙ୍ଗିଲେ ଅପରାଜିତା, ଭୁଲ ମାନି ଦେଲେ ଜୋରିମାନା

By

Published : Jun 4, 2020, 3:35 PM IST

Updated : Jun 4, 2020, 10:03 PM IST

ଭୁବନେଶ୍ବର: ନିଜ ଭୁଲ ମାନିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । କୋରୋନା ଗାଇଡଲାଇନ ମାନିନଥିବାରୁ ଦେଇଛନ୍ତି ଫାଇନ । ଏନେଇ ସେ ନିଜ ଟ୍ବିଟରରେ ସୂଚନା ଦେଇଛନ୍ତି ।

କୋରୋନା ଗାଇଡଲାଇନ ଭାଙ୍ଗିଲେ ଅପରାଜିତା, ଭୁଲ ମାନି ଦେଲେ ଜୋରିମାନା

ପ୍ରକାଶ ଥାଉ କି ଗତକାଲି ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ ଅପରାଜିତା ଷଡଙ୍ଗୀ । ଭୁବନେଶ୍ବର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେଇଥିଲେ । ଏହି ଅବସରରେ ତାଙ୍କ ଘରେ ଅପରାଜିତାଙ୍କ ସମେତ ଅନ୍ୟ ତୁଙ୍ଗ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ । ହେଲେ ଏହି ସମୟରେ ସେ ମାସ୍କ ପିନ୍ଧିନଥିଲେ । ଏପରିକି ସାମାଜିକ ଦୂରତା ବଜାୟ ରଖିନଥିଲେ । ଯାହା ଭୁବନେଶ୍ବର ସାଂସଦଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା ।

କୋରୋନା ଗାଇଡଲାଇନ ଭାଙ୍ଗିଲେ ଅପରାଜିତା, ଭୁଲ ମାନି ଦେଲେ ଜୋରିମାନା

ସୋସିଆଲ ମିଡିଆରେ ଏହାକୁ ନେଇ ସମାଲୋଚନର ଶିକାର ହୋଇଥିଲେ ସାଂସଦ । ସାଧାରଣ ଲୋକ କୋରୋନା ନିୟମ ମାନୁଥିବାବେଳେ ଜଣେ ସାଂସଦ ଏହା ନମାନିବାକୁ ସମାଲୋଚନା କରାଯାଇଥିଲା । ଶେଷରେ ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅପରାଜିତା । ଟ୍ବିଟ୍ କରି କହିଛନ୍ତି ଯେ ଲୋକଙ୍କ ଉଦବେଗକୁ ସମ୍ମାନ ଦେଉଛି । ଏହା ଏକ ଭଲ ସଙ୍କେତ । ଏକ ଘଟଣାଚକ୍ରରେ ପଡି ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲି । ମୋ କର୍ତ୍ତବ୍ୟ ସମ୍ପାଦନ କରିବାକୁ ଯାଇ ଆବଶ୍ୟକ ଜୋରିମାନା ଦେଇଛି ବୋଲି ସେ କହିଛନ୍ତି ।

କୋରୋନା ଗାଇଡଲାଇନ ଭାଙ୍ଗିଲେ ଅପରାଜିତା, ଭୁଲ ମାନି ଦେଲେ ଜୋରିମାନା

ସାଂସଦ ଅପରାଜିତାଙ୍କ ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ଏପିଡେମିକ ଆକ୍ଟ ଭାଓଲେସନ ନେଇ କ୍ୟାପିଟାଲ ଥାନାରେ ହୋଇଛି ଅଭିଯୋଗ । ସାଂସଦଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ଅଭିଯୋଗକାରୀ ସମୀମ ଖାନ ଓ ଯୋଗେଶ ଚନ୍ଦ୍ର ଜେନା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ତପନ ଦାସ ଓ ତାପସ ପରିଡା , ଇଟିଭି ଭାରତ

Last Updated : Jun 4, 2020, 10:03 PM IST

ABOUT THE AUTHOR

...view details