ଓଡିଶା

odisha

By

Published : Jul 14, 2020, 10:46 PM IST

ETV Bharat / city

କୋଭିଡ ନିୟମ ଉଲ୍ଲଙ୍ଘନ: 2 ହୋଟେଲ ସିଲ୍ କଲା ବିଏମସି

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱରର 2ଟି ହୋଟେଲ ସିଲ କଲା ବିଏମସି । ଉଭୟ ହୋଟେଲକୁ 5 ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଭିଡ ନିୟମ ଉଲ୍ଲଙ୍ଘନ ନେଇ ହୋଟେଲ ସିଲ
କୋଭିଡ ନିୟମ ଉଲ୍ଲଙ୍ଘନ ନେଇ ହୋଟେଲ ସିଲ

ଭୁବନେଶ୍ବର:କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱରର 2ଟି ହୋଟେଲ ସିଲ କଲା ବିଏମସି । ମଙ୍ଗଳବାର ୟୁନିଟ ୩ ସ୍ଥିତ ବିଡିଏ ଭୁବନେଶ୍ୱର ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ନିକଟ ହୋଟେଲକୁ ସିଲ କଲା ବିଏମସି-ବିଡିଏ ଟିମ । କୋରୋନା ସମୟରେ ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଭୁବନେଶ୍ୱରରେ କୋଭିଡ ନିୟମକୁ କଡ଼ାକଡି କରାଯାଇଛି ।

କୋଭିଡ ନିୟମ ଉଲ୍ଲଙ୍ଘନ ନେଇ ହୋଟେଲ ସିଲ

କୋରୋନା ଲକଡାଉନ କଟକଣା ଅନଲକ ପାର୍ଟ-୨ କଟକଣା ଜାରି ରହିଥିବାରୁ ଭୁବନେଶ୍ୱରରେ ହୋଟେଲ ଖୋଲିବା ଉପରେ କଟକଣା ଲଗାଯାଇଛି । ହେଲେ ବିଡିଏ ନିକଟରେ ଦୁଇଟି ହୋଟେଲ ଖାଦ୍ୟ ପରିବେଷଣ କରୁଥିବା ଖବର ପାଇଁ ବିଏମସି ବିଡିଏ ଟିମ ଚଢ଼ାଉ କରି ଦୁଇଟି ହୋଟେଲକୁ ସିଲ କରିଛି । ତେବେ ଉଭୟ ହୋଟେଲକୁ 5 ହଜାର ଲେଖାଏଁ ଜରିମାନା ଆଦାୟ କରାଯାଇଛି । ଭୁବନେଶ୍ୱର ମହାନଗରନିଗମର ଦକ୍ଷିଣ ପୂର୍ବ ଜୋନର ଦୁଇଟି ହୋଟେଲକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details