ଓଡିଶା

odisha

ETV Bharat / city

ବିଶ୍ବ 2.O: ଭୂସ୍ଖଳନ ବେଳେ କରିବ ଉଦ୍ଧାର - ଭୂସ୍ଖଳନରେ ଲୋକଙ୍କୁ ଉଦ୍ଧାର କରିବ ଗାଡି

ଭୁବନେଶ୍ବର କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ମେକାନିକାଲ ପାଢପଢୁଥିବା ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ଏକ ସ୍ବତନ୍ତ୍ର ଗାଡି । ଯାହା ଚାଷ ଠୁ ଆରମ୍ଭ କରି ଭୂସ୍ଖଳନରେ କରିବ ଲୋକଙ୍କୁ ଉଦ୍ଧାର । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

NEW vehicle biswa 2.O
ବିଶ୍ବ 2.O: ଭୂସ୍ଖଳନରେ କରିବ ଲୋକଙ୍କୁ ଉଦ୍ଧାର

By

Published : Dec 29, 2019, 8:49 PM IST

ଭୁବନେଶ୍ବର: ଭୂସ୍ଖଳନ ବେଳେ ଉଦ୍ଧାର କରିବ ବିଶ୍ବ 2.ଓ । ସମତଳ ହେଉ ବା ଖାଲଢିପରେ ପରିପୂର୍ଣ୍ଣ ଦୁର୍ଗମ ଅଞ୍ଚଳ ସବୁଠି ଅତି ସହଜରେ ଗଡିବ ଏହି ଚାରି ଚକିଆ ଯାନ । ସେହିପରି ଟ୍ରାକ୍ଟର ପରିବର୍ତ୍ତେ ଏହି ଗାଡିକୁ ବ୍ୟବହାର କରି ହୋଇପାରିବ ଚାଷ । ଆଉ ଏମିତି ଗାଡି ନିର୍ମାଣ କରିଛନ୍ତି ଭୁବନେଶ୍ବର ସିଇଟି କଲେଜର ଛାତ୍ରଛାତ୍ରୀ । ATV ବା ଅଲଟେରାଇନ ଭେଇକିଲ ଭାବେ କାମ କରିବ ବିଶ୍ବ 2.ଓ ।

ବିଶ୍ବ 2.O: ଭୂସ୍ଖଳନରେ କରିବ ଲୋକଙ୍କୁ ଉଦ୍ଧାର
ସବୁଠାରୁ ବଡ଼ କଥା ହେଲା ଏହି ଗାଡିକୁ ପାହାଡିଆ ଅଞ୍ଚଳ ଓ କୃଷି କ୍ଷେତ୍ରରେ ସବୁଠାରୁ ଅଧିକ ବ୍ୟବହାର କରି ହେବ। ଟ୍ରାକ୍ଟରର ପଛ ପଟେ ଚାଷ କାମ ପାଇଁ ଲଗାଯାଉଥିବା ଯନ୍ତ୍ରାଂଶକୁ ଯଦି ଏହି ଗାଡିରେ ଲଗାଯାଏ ତେବେ ବେଶ ଆରମରେ ସ୍ବଳ୍ପ ସମୟ ଓ କମ ବ୍ୟୟରେ କୃଷକମାନେ ବି ଲାଭବାନ ହୋଇ ପାରିବେ । କାରଣ ଗୋଟିଏ ଟ୍ରାକ୍ଟରରେ ବ୍ୟବହାର ହେଉଥିବା ଇନ୍ଧନ ଠାରୁ କମ ଇନ୍ଧନ ଏହି ଏଟିଭି ଗାଡିରେ ଲାଗିଥାଏ । ତେବେ ଗାଡିରେ ନୂଆ ନୂଆ ଫିଚର ପାଇଁ ଛାତ୍ରଛାତ୍ରୀମାନେ ଅଧିକ ଗବେଷଣା କରୁଥିବା କହିଛନ୍ତି ।ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details