ଓଡିଶା

odisha

ETV Bharat / city

ଆଦିବାସୀ ମେଳାରେ ବଢୁଛି ତିବ୍ବତିଆନ ଶୀତବସ୍ତ୍ରର ଚାହିଦା - ଭୁବନେଶ୍ବର ଆଦିବାସୀ ମେଳା

ରାଜଧାନୀରେ ଆରମ୍ଭ ହୋଇଯାଇଛି ଅଷ୍ଟମ ଆଦିବାସୀ ମେଳା। ଚଳିତ ବର୍ଷ ମେଳାରେ ଡିମାଣ୍ଡରେ ରହିଛି ତିବତିଆନ ଗରମ ପୋଷାକ। ଗ୍ରାହକ ମାନେ ଏହି ପୋଷାକ କିଣିବାକୁ ବେଶ ଆଗ୍ରହ ଦେଖାଉଥିବା ବିକ୍ରେତାମାନେ କହିଛନ୍ତି। ଅଧିକ ଖବର ପଢନ୍ତୁ...

winter cloth
ଆଦିବାସୀ ମେଳାରେ ବଢୁଛି ତିବ୍ବତିଆନ ଶୀତବସ୍ତ୍ରର ଚାହିଦା

By

Published : Nov 29, 2019, 10:45 AM IST

ଭୁବନେଶ୍ବର: ଧୀରେ ଧୀରେ ରାଜଧାନୀରେ ବଢୁଛି ଶୀତର ପ୍ରକୋପ। ଏପଟେ ଶୀତକୁ ଦେଖି ଗରମ ପୋଷାକର ଚାହିଦା ବି ବଢିବାରେ ଲାଗିଛି। ତେବେ ଚଳିତ ବର୍ଷ ରାଜଧାନୀରେ ତିବ୍ବତିଆନ ଗରମ ପୋଷାକ ଡିମାଣ୍ତ ବେଶ ଅଧିକ। ରାଜଧାନୀରେ ଚାଲିଥିବା ଅଷ୍ଟମ ଆଦିବାସୀ ଓ ଜନଜାତି କଳାବସ୍ତୁ ମେଳାରେ ଚଳିତ ବର୍ଷ 3 ଟି ଷ୍ଟଲ ନାଗଲାଣ୍ଡକୁ ଦିଆଯାଇଛି। ଯେଉଁଥିରେ ତିବ୍ବତିଆନ ଗରମ ପୋଷାକ ବିକ୍ରି ହୋଉଥିବାର ଦେଖିବାକୁ ମିଳିଛି।

ଆଦିବାସୀ ମେଳାରେ ବଢୁଛି ତିବ୍ବତିଆନ ଶୀତବସ୍ତ୍ରର ଚାହିଦା

ଏହାସହ ନାଗଲାଣ୍ଡର ଅନେକ ପାରମ୍ପରିକ ଗରମ ପୋଷାକର ଝଲକ ମଧ୍ୟ ଏହି ମେଳାରେ ଦେଖିବାକୁ ମିଳିଛି। ବିଶେଷ କରି ନାଗଲାଣ୍ଡର ଶାଲ, ଗାମୁଛା ଓ ଟୋପି ସବୁ ଏଠାରେ ବିକ୍ରି ହେଉଛି। ଏହି ସମସ୍ତ ପାରମ୍ପାରିକ ପୋଷାକକୁ ଗ୍ରାହକ ଖୁବ ପସନ୍ଦ କରିଥିବାର କହିଛନ୍ତି ବିକ୍ରେତା।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ

ABOUT THE AUTHOR

...view details