ଭୁବନେଶ୍ବର: ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଲାଗି ରହିଛି ଆଶା-ଆସଙ୍କା । ମହାବାହୁଙ୍କୁ ଟିକେ ଦେଖିବାକୁ ଭକ୍ତ ଆକୁଳ ଆଶା ବାନ୍ଧି ରଖିଥିବା ବେଳେ କୋରୋନା ପାଇଁ ଆଶଙ୍କା ଭିତରେ ରହିଛନ୍ତି ସରକାର ଓ ଶ୍ରୀମନ୍ଦିନ ପ୍ରଶାସନ । ଜାରି ରହିଛି ରଥ କାମ । ହାତରେ ମାତ୍ର ଆଉ 10 ଦିନ । ତେବେ ୟାରି ଭିତରେ ରଥଯାତ୍ରା ସେବାୟତଙ୍କ ପାଇଁ ମାକ୍ସ ଯୋଗାଇ ଦେବ ବୟନିକା । ଯାହା ଏକ ଖୁସି ଖବର ।
କାରଣ ବିନା ଭକ୍ତରେ ଚଳିତ ବର୍ଷ ଘୋଷଯାତ୍ରା ଅନୁଷ୍ଠିତ ହେବା ନେଇ ଏକ ପ୍ରକାର ସ୍ପଷ୍ଟ କରିସାରିଛନ୍ତି ସରକାର । ଯଦି ରଥଯାତ୍ରା ଅନୁଷ୍ଠିତ ହେଉଛି, ରଥ ଟାଣିବେ ସେବାୟତ । ବଡଦାଣ୍ଡକୁ ଭକ୍ତୁ ନାଁ । ଶ୍ରୀମନ୍ଦିର ସମସ୍ତ ଏଣ୍ଟ୍ରୀ ପଏଣ୍ଟକୁ ସିଲ କରାଯିବ । ସେପଟେ ସେବାୟତଙ୍କ କୋରୋନା ଟେଷ୍ଟ ହେବ । ଏଥିସହ କୋଭିଡ ନିୟମକାନୁନକୁ ମାନି ରଥ ଟାଣିବେ ସେବାୟତ ବୋଲି ଶ୍ରୀ ମନ୍ଦିର ପ୍ରଶାସନ କହି ସାରିଛି । ତେବେ ଏହି କୋଭିଡ ସମୟରେ ବୟନିକାର ମାସ୍କ ଯୋଗାଣ ଏଥିରେ ଆଉ ଏକ ଉତ୍ସାହ ଭରି ଦେଇଛି ।