ଓଡିଶା

odisha

ETV Bharat / city

ସରକାରୀ କର୍ମଚାରୀ ବେଶରେ ସ୍ମାର୍ଟ ଚୋର: 2 ଲକ୍ଷ ମୂଲ୍ୟର ବ୍ୟାଟେରୀ ଜବତ, 4 ଗିରଫ - ସରକାରୀ କର୍ମଚାରୀ ବେଶରେ ସ୍ମାର୍ଟ ଚୋର

ସ୍ମାର୍ଟସିଟିରେ ସ୍ମାର୍ଟ ଚୋର । ଆସୁଥିଲେ ସିଧାସାଧା ବେଶରେ । ଚୋରି କରୁଥିଲେ ସ୍ମାର୍ଟସିଟି ପ୍ରୋଜେକ୍ଟ ବ୍ୟାଟେରୀ । ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ବ୍ଯାଟେରୀ ଚୋରି ଗ୍ଯାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ ପଲିସ । 4 ଜଣ ଗିରଫ । ଅଧିକ ପଢନ୍ତୁ...

ସରକାରୀ କର୍ମଚାରୀ ବେଶରେ ସ୍ମାର୍ଟ ଚୋର
ସରକାରୀ କର୍ମଚାରୀ ବେଶରେ ସ୍ମାର୍ଟ ଚୋର

By

Published : Jan 14, 2021, 5:51 PM IST

ଭୁବନେଶ୍ବର:ସ୍ମାର୍ଟସିଟିରେ ସ୍ମାର୍ଟ ଚୋର । ଆସୁଥିଲେ ସିଧା ସାଧା ବେଶରେ । ଚୋରି କରୁଥିଲେ ସ୍ମାର୍ଟସିଟି ପ୍ରୋଜେକ୍ଟ ବ୍ୟାଟେରୀ । କହୁଥିଲେ ମରାମତି ପାଇଁ ଚାଲିଛି କାମ । ଏଇଭଳି ଢଙ୍ଗରେ ସ୍ମାର୍ଟ ସିଟିର ପ୍ରୋଜେକ୍ଟରେ ଅନେକ ବ୍ଯାଟେରୀ ଚୋରି କେସ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ବ୍ଯାଟେରୀ ଚୋରି ଗ୍ଯାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ ।

ସରକାରୀ କର୍ମଚାରୀ ବେଶରେ ସ୍ମାର୍ଟ ଚୋର

୨୫ଟି ବ୍ଯାଟେରୀ ଜବତ କରିଛି, ଯାହାର ଆନୁମାନିକ ମୂଲ୍ଯ ୨ ଲକ୍ଷ ହେବ । ଏହାସହ ଦୁଇଜଣ ଅଭିଯୁକ୍ତଙ୍କ ସହ ୨ ଜଣ ରିସଭରକୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଚନ୍ଦନ ଦାଶ, ରାଜା ନାୟକ ଯେକି ଆଖଣ୍ଡଳବସ୍ତିର । ତେବେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବିଶେଷ କରି ସେମାନେ ପ୍ରୋଜେକ୍ଟ ଚାଲିଥିବା ନଚେତ ରାସ୍ତା କଡରେ ଲାଗିଥିବା ମେସିନକୁ ଖୋଳି କାମ କରିବା ଆଳରେ ଚୋରି କରୁଥିଲେ ।

ଏପରିକି ଅଟୋରେ ଆସି ଲୋକଙ୍କ ସାମ୍ନାରେ ଚୋରି କରି ନେଉଥିଲେ ଫଳରେ ଲୋକ ଦେଖୁଥିଲେ ବି ସରକାରୀ କର୍ମଚାରୀ ଭାବି ସାଧାରଣଲୋକ ବି ଜାଣିପାରୁନଥିଲେ । ଅନେକ ସ୍ଥାନରେ ଟେକନିସିଆନ ବେଶରେ ବିଭିନ୍ନ ଟେଲିକମ ଟାୱାରର ବି ବ୍ଯାଟେରୀ ଚୋରି କରି ଚମ୍ପଟ ମାରୁଥିଲେ ଏମାନେ । ଲକଡାଉନ ସମୟରେ ଅଧିକାଂଶ ଚୋରି କରୁଥିବାବେଳେ ପ୍ରାୟ ୧୦ ଟି ଥାନାରେ ୧୨ଟି ରିପୋର୍ଟ ହୋଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details