ଭୁବନେଶ୍ବର: ପିଲାଙ୍କ ଭିତରେ ଅଛି ବିପୁଳ ସମ୍ଭାବନା । ମୂଳଦୁଆରୁ ସେମାନଙ୍କ ଉପରେ ଗୁରୁତ୍ବ ଦେଲେ ସେମାନଙ୍କ ଭବିଷ୍ୟତ ଉଜ୍ବଳମୟ ହେବ । ରାଜ୍ୟରେ ଷଷ୍ଠ ଓ ସପ୍ତମ ପିଲାଙ୍କ ଦକ୍ଷତା ଠିକ୍ ଭାବରେ ମାପିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ(District Education Officer) ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ବିଭାଗ (Department of Mass Education) । ସେମାନଙ୍କ ଜ୍ଞାନ ପରିସୀମା କିଭଳି ବୃଦ୍ଧି ପାଇବ ସେନେଇ ବିଭାଗ ନିୟମାବଳୀ ଜାରି କରିଛି।
ରାଜ୍ୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ପରେ ସେମାନଙ୍କ ଦକ୍ଷତା ମାପିବା ପାଇଁ ବେସଲାଇନ ଆସେସମେଣ୍ଟ(Baseline Assessment) ବ୍ୟବସ୍ଥା ହୋଇଛି । ବିଶେଷ କରି ସାହିତ୍ୟ, ଗଣିତ ଓ ଇଂରାଜୀ ପାଇଁ ଏହି ବ୍ୟବସ୍ଥା ହୋଇଛି । ଏହା ଦ୍ବାରା ଶିକ୍ଷା ଆହରଣ ପଦ୍ଧତି ନିର୍ଦ୍ଧାରଣ ସହଜ ହେବ । ଏ ନେଇ କିଛି ନିୟମ ଜାରି ହୋଇଛି ।
- ବେସଲାଇନ ଆସେସମେଣ୍ଟ(Baseline Assessment)ର ଦକ୍ଷତାକୁ ଜାଣିବା ପାଇଁ ମୂଳ୍ୟାଙ୍କନ ଉତ୍ତର ଖାତା ଛାତ୍ର ଓ ଅଭିଭାବକଙ୍କୁ ଦେଖାଯିବା ଆବଶ୍ୟକ । ଫଳରେ ପିଲାମାନେ ସେମାନଙ୍କ ଭୁଲ ଜାଣିପାରିବେ । ସେମାନଙ୍କ ଭୁଲକୁ ତର୍ଜମା କରିପାରିବେ ।
- ପ୍ରତି ପ୍ରଶ୍ନର ଉତ୍ତର ପାଇଁ ଯଥେଷ୍ଟ ଗ୍ରୁପ ଆକ୍ଟିଭିଟି ଅଭ୍ୟାସ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କୁ ଏବଂ ଅଭିଭାବଙ୍କୁ ପ୍ରୋତ୍ସାହିତ କରିବେ।
- ବେସଲାଇନ ଆସେସମେଣ୍ଟ(Baseline Assessment)ରେ କମ ମାର୍କ ରଖିଥିବା ପିଲାଙ୍କ ସହ ଶିକ୍ଷକ ଅଧିକ ଆଲୋଚନା କରିବେ ।