ଓଡିଶା

odisha

ETV Bharat / city

ଆସନ୍ତାବର୍ଷରୁ 5ଟି ଜିଲ୍ଲାରେ ବର୍ଷା ଉତ୍ସବ - Barsha Utsav

2 ଦିନ ଧରି ଓଡିଶୀର ଛାନ୍ଦେ ଛାନ୍ଦେ ବାନ୍ଧି ହୋଇପଡିଛି ସମ୍ପୂର୍ଣ୍ଣ ରବୀନ୍ଦ୍ର ମଣ୍ଡପ । ଗୁରୁବାର ରାଜ୍ୟ ବାହାରୁ କଳାକାର ଆସି ନୃତ୍ୟ ପରିବେଷଣ କରିବେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 29, 2019, 6:38 AM IST

ଭୁବନେଶ୍ବର: ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା 41ତମ ବର୍ଷା ଉତ୍ସବକୁ ବ୍ୟାପକ କରିବାକୁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାବର୍ଷ ଠାରୁ ଏହା ଭୁବନେଶ୍ବର ଛଡା ଅନ୍ୟ 5ଟି ଜିଲ୍ଲାରେ ଆୟୋଜନ ହେବ । ଏନେଇ ସଭାପତି ସୁରେନ୍ଦ୍ର ଦାଶ ସୂଚନା ଦେଇଛନ୍ତି ।

ଅନ୍ୟପଟେ 2 ଦିନ ଧରି ଓଡିଶୀର ଛାନ୍ଦେ ଛାନ୍ଦେ ବାନ୍ଧି ହୋଇପଡିଛି ସମ୍ପୂର୍ଣ୍ଣ ରବୀନ୍ଦ୍ର ମଣ୍ଡପ । ଗୁରୁବାର ରାଜ୍ୟ ବାହାରୁ କଳାକାର ଆସି ନୃତ୍ୟ ପରିବେଷଣ କରିବେ । ବର୍ଷା ଋତୁର ଆଗମନକୁ ଏମାନେ ଓଡିଶୀ ନୃତ୍ୟରେ ପ୍ରଦର୍ଶନ କରିବେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଉତ୍ସବରେ 8 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରରେ ସମ୍ମାନିତ କରାଯାଇଛି । ସାଂସ୍କୃତିକ କ୍ଷେତ୍ରରେ ସୁଚିସ୍ମିତା ମନ୍ତ୍ରୀ, ସେବା କ୍ଷେତ୍ରରେ ସତ୍ୟବ୍ରତ ମହାନ୍ତି, ସଙ୍ଗୀତ କ୍ଷେତ୍ରରେ ଡା. ଆଦ୍ୟଶା ଦାଶ ଓ ଡା. ନଜୀଆ ଅଲମ, ସାହାସିକତା ପାଇଁ କେଲ ଦେବଦତ୍ତ ସ୍ୱାଇଁ ଓ ଦୟାନିଧି ତଣ୍ଟି ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଅକ୍ଷୟ କୁମାର ପାତ୍ରଙ୍କୁ ସମ୍ମାନିତ କରାଯାଇଛି ।

ଆହୁରି ଦୁଇ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ କାର୍ଯ୍ୟକ୍ରମ ପ୍ରତି ଦର୍ଶକଙ୍କ ଉତ୍ସାହ ଓ ଭିଡ ପରିଲକ୍ଷିତ ହୋଇଛି । ବୁଧବାର ବର୍ଷାର ଆଗମନରେ କିଭଳି ଧରାପୃଷ୍ଠରେ ମୟୂର ନାଚ କରିଥାଏ ତାହାକୁ ବେଶ ଚମତ୍କାର ଭାବରେ ଓଡିଶୀ ନୃତ୍ୟରେ ପ୍ରଦର୍ଶନ କରାଯାଇଥିଲା ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details