ଭୁବନେଶ୍ବର: ବରମୁଣ୍ଡା ବସ ଷ୍ଟାଣ୍ଡ ଭିତରୁ ଜବର ଦଖଲ ଉଚ୍ଛେଦ। ବରମୁଣ୍ଡା ବସଷ୍ଟାଣ୍ଡର ଉନ୍ନତୀକରଣକୁ ଦୃଷ୍ଟିରେ ରଖି ସୋମବାର ବସଷ୍ଟାଣ୍ଡର ଏଣ୍ଟ୍ରି ଓ ଏକଜିଟ ଗେଟ ପାଖରେ ଥିବା ଜବରଦଖଲ ହଟାଯାଇଛି।
ଦୀର୍ଘ ଦିନ ଧରି ବରମୁଣ୍ଡା ବସଷ୍ଟାଣ୍ଡ ଭିତରେ ସରକାରୀ ଜମି ମଧ୍ୟରେ ବହୁ ଦୋକାନ, ପାଚେରୀ, ଶୌଚାଳୟ ଗଢି ଉଠିଥିଲା । ଆନ୍ତରାଜ୍ୟ ବସ ଟର୍ମିନାଲ ନିର୍ମାଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି । ବସଷ୍ଟାଣ୍ଡ ଭିତରେ ଥିବା ପ୍ରାୟ ୭ ବଖରା ଘର, ଗୋଟିଏ ଶୌଚାଳୟ, ୫୦ ସ୍କୋୟାର ଫୁଟ ପାଚେରୀ ଭଙ୍ଗାଯାଇଛି । ମୋଟ ୧୭୦୦ ସ୍କୋୟାର ଫୁଟ ସରକାରୀ ଜମିରୁ ଜବରଦଖଲ ହଟାଯାଇଛି । ବିଏମସି,ବିଡିଏ ଓ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଜବରଦଖଲ ହଟାଯାଇଛି ।