ଓଡିଶା

odisha

ETV Bharat / city

ବଢିବ ବରଗଡ ପୁରୁଣା ହସ୍ପିଟାଲ ବେଡ ସଂଖ୍ୟା - ବରଗଡ ପୁରୁଣା ହସ୍ପିଟାଲ

ବରଗଡ ସ୍ବାସ୍ଥ୍ୟ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା । ପୁରୁଣା ଜିଲ୍ଲାମୁଖ୍ୟଚିକିତ୍ସାୟରେ 30 ଶର୍ଯ୍ୟା ବିଶିଷ୍ଟ ଅର୍ବାନ ସିଏଚସି କାର୍ଯ୍ୟ କରିବ । ଅଧିକ ପଢନ୍ତୁ...

ବଢିବ ବରଗଡ ପୁରୁଣା ହସ୍ପିଟାଲ ବେଡ ସଂଖ୍ୟା
ବଢିବ ବରଗଡ ପୁରୁଣା ହସ୍ପିଟାଲ ବେଡ ସଂଖ୍ୟା

By

Published : Feb 6, 2020, 4:01 AM IST

ବରଗଡ: ତିନି ଦିନର ଅହରହ ଆନ୍ଦୋଳନ ପରେ ବରଗଡର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଏକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡର ପୁରୁଣା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଏକ 30 ଶର୍ଯ୍ୟା ବିଶିଷ୍ଟ ଅର୍ବାନ ସିଏଚସି କାର୍ଯ୍ୟ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ରୋଗୀମାନେ ଯେପରି ସମସ୍ତ ସୁବିଧା ନୂଆ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପାଇପାରିବେ ସେଥିପାଇଁ ପୁରୁଣା ଡାକ୍ତରଖାନାକୁ ମାଗଣାରେ ଆମ୍ବୁଲାନ୍ସ ଓ ବସ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ବାନ ସିଏଚସିରେ ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସାସେବା, ଓପିଡି ସେବା ଯୋଗାଇ ଦିଆଯିବ ।

ବୁଧବାର ଲୋକ ସେବା ଭବନ ଠାରେ ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚର୍ଯ୍ୟ, ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡର ଜିଲ୍ଲା ନୂଆ ମୁଖ୍ୟ ଚିକିତ୍ସାଳୟ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ତେଣୁ ଜନସାଧାରଣଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ବରଗଡ଼ରୁ ତପନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details