ଭୁବନେଶ୍ବର : ଭୁବନେଶ୍ବରରେ ଦାନ ଉତ୍ସବ ପାଳିଲା ବାର୍ବିକ୍ୟୁ ନେସନ (Barbeque nation restaurant celebrated free food to 200 slum children) । ବସ୍ତିର କୋମଳମତି ଶିଶୁଙ୍କ ମୁହଁରେ ଟିକିଏ ହସ ପାଇଁ ଦାନ ଉତ୍ସବ ପାଳିଲା ବାର୍ବିକ୍ୟୁ ନେସନ । ଏଥିରେ ସାମିଲ ହୋଇଥିଲେ ଭୁବନେଶ୍ବରରେ ଥିବା ବିଭିନ୍ନ ବସ୍ତିର ୨୦୦ରୁ ଊର୍ଦ୍ଧ୍ବ ପିଲା । କମିଶନରେଟ ପୋଲିସର ସହଯୋଗ କ୍ରମେ ବସ୍ତି ଚାଲ ଅଭିଯାନରେ ପିଲାମାନେ ବାର୍ବିକ୍ୟୁ ନେସନ ଆସି ସୁସ୍ବାଦ ଭୋଜନ କରିଛନ୍ତି ।
ଦାନ ଉତ୍ସବ ପାଳିଲା ବାର୍ବିକ୍ୟୁ ନେସନ, ୨ଶହ ବସ୍ତି ପିଲାଙ୍କୁ ଦେଲା ମାଗଣା ଖାଦ୍ୟ ଏ ସମ୍ପର୍କରେ ବେଶ ଖୁସି ହୋଇ ପୋଲିସ ବାର୍ବିକ୍ୟୁନେସନକୁ ଧନ୍ୟବାଦ ଦେଇଥିଲେ ବସ୍ତିର ପିଲାମାନେ । ଏହାସହ ଏଭଳି ବଡ ହୋଟେଲକୁ ପ୍ରଥମ ଥର ଆସି ବେଶ ଆନନ୍ଦ ଲାଗୁଛି ବୋଲି କହିଥିଲେ ବସ୍ତି ପିଲା । କାରଣ ଏଭଳି ଅନ୍ତର୍ଜାତୀୟସ୍ତରର ହୋଟେଲରେ ଖାଇବା ସେମାନଙ୍କ ପାଇଁ ସ୍ବପ୍ନଥିଲା । ପିଲାମାନେ ଶୀତତାପ ନିୟନ୍ତ୍ରିତ ହୋଟେଲକୁ ଆସି ସୁସ୍ବାଦ ଭୋଜନ କରିବା ପରେ ବେଶ ଖୁସି ଥିବା କହିଛନ୍ତି ।
ଖାଦ୍ୟରେ ସେମାନଙ୍କୁ କୋଲ୍ଡ ଡ୍ରିଙ୍କସ, ବିରିୟାନି, ଆଇସ୍କ୍ରିମ୍, ଗୁଲାବଜାମୁନ ଭଳି ବିଭିନ୍ନ ଆମିଶ ଓ ନିରାମିଶ ସ୍ବାଦିଷ୍ଟ ଖାଦ୍ୟ ପିଲାମାନଙ୍କୁ ଦିଆଯାଇଥିଲା । ମାଗଣାରେ ବସି ବଡ଼ ରେଷ୍ଟୁରାଣ୍ଟରେ ଖାଇବାର ସ୍ବପ୍ନ ପୂରଣ ହୋଇଛି ବସ୍ତି ପିଲାଙ୍କର । ଏସି ରୁମ୍, ଗଦି ଚେୟାରରେ ବସି ଆଉ ଟେବୁଲ ଉପରେ ପରଷା ଯାଉଥିବା ଖାଦ୍ୟକୁ ଦେଖି ଖୁସି ହେଇଛନ୍ତି ବସ୍ତି ପିଲା । ଯେଉଁଠି ସାଧାରଣ ରେଷ୍ଟୁରାଣ୍ଟରେ ବସି ଏମାନଙ୍କ ପାଇଁ ଖାଇବା ଏକ ସ୍ବପ୍ନ ସେଠି ଏତେ ବଡ଼ ହୋଟେଲରେ ବସି ଖାଇବାର ମଜା ଉଠାଉଛନ୍ତି ।
ରଙ୍ଗବେରଙ୍ଗ ଆଲୋକ ଓ ଟୋପି ଲଗା ଓ୍ବେଟରଙ୍କୁ ଦେଖି ଖୁସି ହେଉଛନ୍ତି ଛୋଟପିଲା । ନିଜ ଭାଇଭଉଣୀ ଓ ସାଙ୍ଗ ସାଥିୀଙ୍କସହ ମିଶି ଭଳି କି ଭଳି ସୁସ୍ବାଦ ଭୋଜନ କରୁଛନ୍ତି । ତେବେ ଏହି ଭୋଜନରେ ୧୦ କି ୧୫ ନୁହେଁ ପାଖାପାଖି ୨ଶହରୁ ଊର୍ଦ୍ଧ୍ବ ପିଲା ସାମିଲ ଥିଲେ । ଆଉ ସମସ୍ତ ପିଲାଙ୍କୁ ଅତି ଶୃଙ୍ଖଳିତ ଭାବେ ଖାଦ୍ୟ ପରଷୁଥିଲେ ହୋଟେଲର କର୍ମଚାରୀ । କାହାକୁ ବି ଖାଦ୍ୟ ପରଷିବାରେ ସାମାନ୍ୟ ଅବହେଳା କରୁନାହାଁନ୍ତି । ତେବେ ବାର୍ବିକ୍ୟୁ ନେସନର ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ସେପଟେ ବାର୍ବିକ୍ୟୁନେସନର ମାର୍କେଟିଂ ହେଡ ସୁହାସ ୱାଲୁକର କହିଛନ୍ତି, " ଭାରତରେ ବାର୍ବିକ୍ୟୁନେସନର ୨ଶହଟି ଆଉଟଲେଟ ରହିଛି । ସିଏସ୍ଆର ଆକ୍ଟିଭିଟରେ ଆମେ ସମସ୍ତ ଆଉଟଲେଟ୍ରେ ୨ଶହଟି ଫୁଡ ପ୍ୟାକେଟ ବିତରଣ କରୁଛୁ । ଏନଜିଓ ସହାୟତାରେ ଏବଂ ଆଉଟଲେଟ ଥିବା ନିକଟବର୍ତ୍ତି ଅଞ୍ଚଳରେ ଆମେ ଏହି ଫୁଡ ପ୍ୟାକେଟ ବିତରଣ କରୁଛୁ ।"
ଇଟିଭି ଭାରତ, ଭୁବନେଶ୍ବର