ଓଡିଶା

odisha

ETV Bharat / city

BJB କଲେଜରେ ଫେକ ସାର୍ଟିଫିକେଟରେ ଆଡ଼ମିଶନ, ୩ ଅଟକ - BJB କଲେଜରେ ଫେକ ସାର୍ଟିଫିକେଟରେ ଆଡ଼ମିଶନ ଘଟଣା

BJB କଲେଜରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡ଼ମିଶନ ମାମଲା । 3 ଜଣଙ୍କୁ ଅଟକ ରଖିଲା ବରଗଡ଼ ଥାନା ପୋଲିସ । ଅଧିକ ପଢନ୍ତୁ

BJB କଲେଜରେ ଫେକ ସାର୍ଟିଫିକେଟରେ ଆଡ଼ମିଶନ, ୩ ଅଟକ
BJB କଲେଜରେ ଫେକ ସାର୍ଟିଫିକେଟରେ ଆଡ଼ମିଶନ, ୩ ଅଟକ

By

Published : Apr 7, 2022, 8:54 PM IST

ଭୁବନେଶ୍ବର: BJB କଲେଜରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡ଼ମିଶନ ମାମଲା । 3 ଜଣଙ୍କୁ ଏହି ଘଟଣାରେ ଅଟକ ରଖିଛି ବରଗଡ଼ ଥାନା ପୋଲିସ । ଏ ନେଇ ସୂଚନା ଦେଇଛନ୍ତି ଏସିପି ପରେଶ ରାଉତ ।

ଫେକ ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ BJB କଲେଜରେ କିଏ କିଏ ଆଡ଼ମିଶନ କରିଛନ୍ତି କିମ୍ବା ଏହି ଘଟଣାରେ କିଏ କିଏ ସାମିଲ ଅଛନ୍ତି ? ଏନେଇ ପଚରାଉଚୁରା କରୁଛି ପୋଲିସ । ଦୁଇ ଜଣ ଅଭିଯୁକ୍ତଙ୍କ ସହ ଜଣେ ଛାତ୍ରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । କଲେଜ ପ୍ରିନ୍ସପାଲଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ସୂଚନା ଥାଉ କି ଭୁବନେଶ୍ବରସ୍ଥିତ ବିଜେବି ସ୍ବଂୟଶାସିତ କଲେଜ ଓଡିଶାର ଆଗଧାଡିର କଲେଜ ମଧ୍ୟରୁ ଅନ୍ୟତମ ।

BJB କଲେଜରେ ଫେକ ସାର୍ଟିଫିକେଟରେ ଆଡ଼ମିଶନ, ୩ ଅଟକ

ଏଠାରେ ଆଡମିଶନ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗୁଥିବାବେଳେ ଆଡମିଶନରୁ ବଞ୍ଚିତ ଶିକ୍ଷାର୍ଥୀ ଏଠାରେ ପଢିବା ଲାଗି ଜାଲ୍ ସାର୍ଟିଫିକେଟର ସାହାରା ନେଇଥିବା ଘଟଣା ସାମ୍ନାକୁ ଆସିଥିଲା । କିଛି ଛାତ୍ରଛାତ୍ରୀ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ ଦେଇ କଲେଜରେ ନାମ ଲେଖାଇ ଥିବା ଅଭିଯୋଗ ହୋଇଥିଲା । ଏନେଇ 8 ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ବିଜେବି କଲେଜ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details