ଓଡିଶା

odisha

ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଯୋଗୁଁ ରାଜ୍ୟରେ ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ

By

Published : Mar 15, 2021, 6:02 PM IST

Updated : Mar 15, 2021, 10:49 PM IST

ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଯୋଗୁଁ ରାଜ୍ୟରେ ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ
ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଯୋଗୁଁ ରାଜ୍ୟରେ ବ୍ୟାଙ୍କିଙ୍ଗ ସେବା ବାଧାପ୍ରାପ୍ତ

22:36 March 15

ପୁରୀରେ ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ

ପୁରୀ : ପୁରୀରେ ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ ଆଜିଠାରୁ ଆରମ୍ଭ ହୋଇଛି। ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ସଂଘ ଗୁଡିକର ମିଳିତ ମଞ୍ଚ ୟୁନାଇଟେଡ଼ ଫୋରମ ଅଫ ବ୍ୟାଙ୍କ ୟୁନିୟନସ ଏହି ଧର୍ମଘଟ ଡାକରା ଦେଇଛି।  

ବ୍ୟାଙ୍କ ବୀମା ଶୁଳ୍ପକୁ ସମ୍ପୂର୍ଣ୍ଣ ଘରୋଇ ବ୍ୟବସାୟୀଙ୍କୁ ଟେକି ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର ମିଶ୍ରଣ କରିବା ସହ ଗତ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ଅଧିବେଶନ ସମୟରେ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଘରୋଇକରଣ ଘୋଷଣା କରିଛନ୍ତି। ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କା ଉଠାଣ ଓ ଜମା ସହିତ ଚେକ କ୍ଲିୟରାନ୍ସ ପ୍ରଭାବିତ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

18:12 March 15

ଅନୁଗୋଳରେ ବ୍ୟାଙ୍କ ଧର୍ମଘଟ

ଅନୁଗୋଳରେ ବ୍ୟାଙ୍କ ଧର୍ମଘଟ

ଅନୁଗୋଳ : ଦେଶ ବ୍ୟାପି ଚାଲୁଥିବା ବ୍ୟାଙ୍କ ଧର୍ମଘଟରେ ସାମିଲ ହୋଇଛନ୍ତି ଅନୁଗୋଳ ଜିଲ୍ଲାରେ ଥିବା ସମସ୍ତ ବ୍ୟାଙ୍କ । ସବ୍ୟାଙ୍କ କର୍ମଚାରୀ ମାନେ ଅନୁଗୋଳ ଏସବିଆଇ ବ୍ୟାଙ୍କ ସମ୍ମୁଖରେ ଏକାଠି ହୋଇ ସରକାରଙ୍କ ନିଷ୍ପତ୍ତିର ବିରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ଯଦି ବ୍ୟାଙ୍କ ଗୁଡିକ ଘରୋଇକରଣ ହୁଏ ତେବେ ସାଧାରଣ ଲୋକେ ବ୍ୟାଙ୍କ ବ୍ୟବସ୍ଥାରୁ ବଞ୍ଚିତ ହେବେ ଓ ଯୁବ ପିଢ଼ି ରୋଜଗାର ହରାଇବେ ।

ତେଣୁ ସରକାର ଏହି ନିଷ୍ପତ୍ତି ପରିବର୍ତ୍ତନ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଖାଲି ସେତିକି ନୁହେଁ ଏଭଳି ହେଲେ ବିଭିନ୍ନ ସରକାରୀ ଯୋଜନାର ସୁଫଳ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚିବ ନାହିଁ ବୋଲି ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ମଚାରୀ ମାନେ ।  ବ୍ୟାଙ୍କ ଧର୍ମଘଟ ଯୋଗୁଁ ଶିଳ୍ପ ନଗରୀ ବେଶ ପ୍ରଭାବିତ ହୋଇଛି। ଦୁଇଦିନ ବ୍ୟାଙ୍କ ବନ୍ଦ ରହିଥିବା ବେଳେ ଏବେ ଧର୍ମଘଟ ପାଇଁ ବ୍ୟାଙ୍କ ବନ୍ଦ ଗ୍ରାହକଙ୍କୁ ଅସୁବିଧାରେ ପକାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

17:12 March 15

ବନ୍ଦ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ

ବନ୍ଦ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ

ଜଗତସିଂହପୁର :ଆଜିଠାରୁ ଦେଶରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଛି । ଶନିବାର ଓ ରବିବାର ଦୁଇଦିନ ଛୁଟି ଥିବାବେଳେ ସୋମବାର ଓ ମଙ୍ଗଳବାର ଦୁଇଦିନ ଧର୍ମଘଟ ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ । ଫଳରେ ବ୍ୟାଙ୍କ ଉପଭୋକ୍ତା ଏହାଦ୍ୱାରା ପ୍ରଭାବିତ ହେବା ଦେଖିବାକୁ ମିଳିଛି । 

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର ଘରୋଇକାରଣକୁ ବିରୋଧ କରି ୟୁନିୟନ ଫୋରମ ଅଫ ବ୍ୟାଙ୍କ ୟୁନିୟନ ପକ୍ଷରୁ ଦିଆଯାଇଥିବା ଡାକରାରେ ବ୍ୟାଙ୍କ କର୍ମଚାରୀ ମାନେ ଧର୍ମଘଟ କରିଥଲେ । ଏଥିରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ତଥା ଘରୋଇ ବ୍ୟାଙ୍କ, ଆଇସିଆଇସିଆଇ, ଏଚଡିଏଫସି, ଏକ୍ସିସ ଆଦି ବ୍ୟାଙ୍କର କର୍ମଚାରୀ ମାନେ ସାମିଲି ନହେବାକୁ ଘୋଷଣା କରିଥିବା ବେଳେ ଜଗତସିଂହପୁରରେ କିନ୍ତୁ, ଏହିସବୁ ବ୍ୟାଙ୍କ ବନ୍ଦ ରହିଥିଲା । ବ୍ୟାଙ୍କ ଧର୍ମଘଟ ଫଳରେ ଟଙ୍କା ଜମା ଓ ଉଠାଣ, ଚେକ କ୍ଲିୟରାନ୍ସ, ଆଦି ସେବା ପ୍ରଭାବିତ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Mar 15, 2021, 10:49 PM IST

ABOUT THE AUTHOR

...view details