ଭୁବନେଶ୍ବର :ବ୍ୟାଙ୍କ ଓ ଫାଇନାନ୍ସ କର୍ମଚାରୀଙ୍କୁ କରୁଥିଲେ ଟାର୍ଗେଟ । ଏକୁଟିଆ ଦେଖି ମୁଣ୍ଡରେ ବନ୍ଧୁକ ରଖି ଟଙ୍କା ବ୍ୟାଗ ସହ ବାଇକ ଲୁଟ କରି ମାରୁଥିଲେ ଚମ୍ପଟ । ଏଭଳି ଢଙ୍ଗରେ ଲୁଟପାଟ କରୁଥିବା ବାଙ୍କା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ ।
ସେମାନଙ୍କଠୁ ୧୦ ହଜାର ଟଙ୍କା ସହ ଲୁଟ କରିଥିବା ସ୍କୁଟି ଓ ବ୍ୟାଙ୍କ ଡକ୍ୟୁମେଣ୍ଟ ଜବତ କରିଛି ବାଲିଅନ୍ତା ପୋଲିସ । ମାଷ୍ଟରମାଇଣ୍ଡ ସମୀର ଭୋଇ ଓରଫ ବାଙ୍କା ସମେତ, ସହଯୋଗୀ ରାକେଶଭୋଇ ଓରଫ ରାକା, ରାଜେନ୍ଦ୍ର ଭୋଇ ଓରଫ ଟିକିନା ଓ ସନ୍ତୋଷ ବେହେରା ଓରଫ ସନ୍ତୁଆ ସମସ୍ତଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଘର ବାଲିଅନ୍ତା ବେଣ୍ଟାପୁରର ବୋଲି ଜଣାପଡିଛି ।