ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ଫସିଛନ୍ତି ବାଙ୍ଗଲାଦେଶୀ ଚାଚା - ଲକଡାଉନ ଯୋଗୁଁ ଫସି ରହିଛନ୍ତି ବାଙ୍ଗଲାଦେଶୀ veijfk

ଆଣ୍ଠୁରେ ସମସ୍ୟା ନେଇ ଚିକିତ୍ସା ପାଇଁ ସୁଦୂର ବାଙ୍ଗଲାଦେଶରୁ ଭାରତ ଆସିଥିଲେ ୬୫ ବର୍ଷୀୟ ଶେଖ ସାବିଲ ମହମ୍ମଦ । ଆଉ ଏବେ ଲକଡାଉନ ଯୋଗୁଁ ଫସି ରହିଛନ୍ତି ଭୁବନେଶ୍ବରରେ । ଅଧିକ ପଢନ୍ତୁ...

Bangladeshi man at Bhubhaneswar
ଫସିଛନ୍ତି ବାଙ୍ଗଲାଦେଶୀ ଚାଚା

By

Published : Apr 30, 2020, 10:39 PM IST

ଭୁବନେଶ୍ବର: କୋରୋନା ବଢାଇଛି ଚିନ୍ତା । ଭୁବନେଶ୍ବରରେ ଫସିଛନ୍ତି ବାଂଲାଦେଶୀ ଚାଚା । ୬୫ ବର୍ଷୀୟ ଶେଖ ସାବିଲ ମହମ୍ମଦ ଗତ ୨୭ ଫେବୃଆରୀରେ ଆସିଥିଲେ ଭାରତ । ଆଣ୍ଠୁରେ ସମସ୍ୟା ନେଇ ଚିକିତ୍ସା ପାଇଁ ଭୁବନେଶ୍ବର ଆସିଥିଲେ । ଆଉ ଏବେ ଲକଡାଉନ ଯୋଗୁଁ ଫସି ରହିଛନ୍ତି । ତେବେ ଆସନ୍ତା ୫ ତାରିଖରେ ତାଙ୍କ ଭିସା ଶେଷ ହେଉଥିବାରୁ ସେ ବାଂଲାଦେଶ ଫେରିବାକୁ ଡିସିପି ଅଫିସରେ ଜଣାଇବା ପରେ ତାଙ୍କୁ ଓୟୁଏଟି କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଇଛି ।

ନିଜ ଆଣ୍ଠୁ ଚିକିତ୍ସା ପାଇଁ ବାଂଲାଦେଶ ବର୍ଡର ବେନାପୋଲ ଦେଇ ସରକାରୀ ଅନୁମତି କ୍ରମେ ଭାରତ ଆସିଥିଲେ । ପ୍ରଥମେ ପଶ୍ଚିମବଙ୍ଗ ଓ ପରେ ଓଡିଶାର ଭଦ୍ରକର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହେଲେ ଦୁର୍ଭାଗ୍ୟବଶତଃ ଗତ ମାର୍ଚ୍ଚ ୨୨ ତାରିଖରେ ଭଦ୍ରକର ଏକ ହସ୍ପିଟାଲକୁ ଆସୁଥିଲେ । ହେଲେ ଟ୍ରେନରେ ଆସିବା ବେଳେ ଶୋଇ ପଡିବା କାରଣରୁ ଭଦ୍ରକ ବଦଳରେ ଭୁବନେଶ୍ବରରେ ପହଞ୍ଚିଥିଲେ।

ସେତେବେଳକୁ ଲକଡାଉନ ପାଇଁ ଟ୍ରେନ ଚଳାଚଳ ବନ୍ଦ ନିର୍ଦ୍ଦେଶ ହୋଇଗଲା । ତେବେ ଚାଚା ଆଉ ଫେରି ନପାରି ଶେଷରେ ରେଳ ଷ୍ଟେସନରେ ରହିଥିଲେ । ତେବେ ଆଗକୁ ୫ ତାରିଖରେ ତାଙ୍କର ଭିସା ଶେଷ ହେବା ନେଇ ଡିସିପି ଅଫିସରେ ଜଣାଇବା ପରେ ତାଙ୍କୁ ଓୟୁଏଟିର ହୋମ କ୍ବାରେନଣ୍ଟାଇନରେ ରଖାଯାଇଛି ଏବଂ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ତେଣୁ ଲକଡାଉନ ଯୋଗୁଁ ପାସପୋର୍ଟ ଅଧିକାରୀଙ୍କ ସହ କଥା ହୋଇଥିବା ବେଳେ ଭିସା ଅବଧି ବଢିବ ବୋଲି ଆଶ୍ବସ୍ଥି ପାଇବା ପରେ ସେ ଏବେ ଚିନ୍ତାମୁକ୍ତ ହୋଇ ଓୟୁଏଟି କ୍ବାରେନଣ୍ଟାଇନ ସେଣ୍ଟରରେ ଅଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details