ଓଡିଶା

odisha

ETV Bharat / city

ଧର୍ମ ପାଳନର ଶିକ୍ଷା ଦେଲା ବଙ୍ଗାଳୀ ନାଟକ 'ଧର୍ମ ମଙ୍ଗଳ' - ଧର୍ମ ପାଳନର ଶିକ୍ଷା

ରାଜ ରାଜୁଡା ନାଁରେ ପ୍ରଜା ମାନଙ୍କ ଉପରେ ଅନ୍ୟାୟ ମାଧ୍ୟମରେ ନାନା ପ୍ରକାର ଅତ୍ୟାଚାର କରାଯାଏ। ଯାହାକି ଗୋଟେ ରାଜା ପକ୍ଷେ ଅନୁଚିତ ହୋଇଥିଲେ ମଧ୍ୟ ଅନେକ ରାଜା ତାହାର ଅପବ୍ୟବହାର କରି ଏପରି କରିଥାନ୍ତି । କିନ୍ତୁ ଏହା ନ କରିବା ସହ କିପରି ରାଜ୍ୟରେ ଧର୍ମର ପ୍ରତିଷ୍ଠା ହୋଇ ପାରିବ ସେ ନେଇ ଦୃଢ଼ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ରାଜା ଲଉ ସେନ। ପଢନ୍ତୁ ଅଧିକ ଖବର...

ଧର୍ମ ପାଳନର ଶିକ୍ଷା ଦେଲା ବଙ୍ଗାଳୀ ନାଟକ 'ଧର୍ମ ମଙ୍ଗଳ'
ଧର୍ମ ପାଳନର ଶିକ୍ଷା ଦେଲା ବଙ୍ଗାଳୀ ନାଟକ 'ଧର୍ମ ମଙ୍ଗଳ'

By

Published : Feb 5, 2020, 6:32 AM IST

ଭୁବନେଶ୍ବର: ରାଜ ରାଜୁଡା ନାଁରେ ପ୍ରଜା ମାନଙ୍କ ଉପରେ ଅନ୍ୟାୟ ମାଧ୍ୟମରେ ନାନା ପ୍ରକାର ଅତ୍ୟାଚାର କରାଯାଏ। ଯାହାକି ଗୋଟେ ରାଜା ପକ୍ଷେ ଅନୁଚିତ ହୋଇଥିଲେ ମଧ୍ୟ ଅନେକ ରାଜା ତାହାର ଅପବ୍ୟବହାର କରି ଏପରି କରିଥାନ୍ତି । କିନ୍ତୁ ଏହା ନ କରିବା ସହ କିପରି ରାଜ୍ୟରେ ଧର୍ମର ପ୍ରତିଷ୍ଠା ହୋଇ ପାରିବ ସେ ନେଇ ଦୃଢ଼ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି ରାଜା ଲଉ ସେନ।

ଧର୍ମ ପାଳନର ଶିକ୍ଷା ଦେଲା ବଙ୍ଗାଳୀ ନାଟକ 'ଧର୍ମ ମଙ୍ଗଳ'

ସେ କାମରୁପ ଓ କାରୁନା ରାଜ୍ୟ ପରାସ୍ତ କରିବା ପରେ ମଧ୍ୟ ସେଠାକାର ରାଜାଙ୍କୁ ତାଙ୍କ ରାଜ୍ୟ ସାଶନ କରିବାକୁ ଫେରସ୍ତ କରି ଦେଇଛନ୍ତି।ଯାହାଙ୍କର ଏପରି ହୃଦୟ ଦେଖି ଉଭୟ ରାଜ୍ୟର ରାଜା ସେମାନଙ୍କ କନ୍ୟାଙ୍କୁ ତାଙ୍କୁ ବିବାହ ଦେଇଛନ୍ତି। ଆଉ ତାଙ୍କର ଏହି ଧର୍ମ ରାଜ୍ୟ ପ୍ରତିଷ୍ଠା କ୍ଷେତ୍ରରେ ସେମାନେ ଲଉସେନଙ୍କ ସହଯାତ୍ରୀ ହୋଇଯାଇଛନ୍ତି।

ରବୀନ୍ଦ୍ର ମଣ୍ଡପରେ 22ତମ କଳିଙ୍ଗ ନାଟ୍ୟ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପରିବେଷିତ ନାଟକ ର ମର୍ମ କିଛି ଏହିପରି ଥିଲା। ଯାହାକୁ ବୀରଭୂମି ସଂସ୍କୃତି ବାହିନୀ ପଶ୍ଚିମବଙ୍ଗ ର କଳାକାରମାନେ ପରିବେଷଣ କରିଥିବାବେଳେ ଏହାର ରଚନା ଓ ନିର୍ଦ୍ଦେଶନା ଦେଇଥିଲେ ଉଜ୍ଜ୍ବଳ ମୂଖାର୍ଜୀ। ନାଟକରେ ମଞ୍ଚ ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇ ଥିବାବେଳେ କଳାକାର ମାନଙ୍କ ପରିପାଟି ଓ ବେଶଭୂଷା ମଧ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିବା ଦେଖାଯାଏ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details