ଓଡିଶା

odisha

ETV Bharat / city

ରାଜରାସ୍ତାରେ ମଦ୍ୟପ ଯୁବତୀଙ୍କ ଉତ୍ପାତ - ଲିଙ୍ଗରାଜ ଥାନା ପୋଲିସ

ମଦ ପିଇଲେ । ରାଜରାସ୍ତାରେ ଉତ୍ପାତ ମଚାଇଲେ । କପିଳେଶ୍ବର ଗେଟ ନିକଟରେ ଏଭଳି କାଣ୍ଡ ଭିଆଇଛନ୍ତି ବଙ୍ଗୀୟ ଯୁବତୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 21, 2019, 12:12 PM IST

ଭୁବନେଶ୍ବର: ମଦ ପିଇ ସର୍ବସାଧାରଣରେ ଯୁବତୀଙ୍କ ଉନ୍ମତକାଣ୍ଡ । ସାମନ୍ତରାପୁର କପିଳେଶ୍ବର ଗେଟ ନିକଟରେ ଉତ୍ପାତ । ରାସ୍ତା ମଝିରେ ଗାଡ଼ି ରଖି ସାଧାରଣ ଲୋକଙ୍କୁ କରୁଥିଲେ ଗାଳିଗୁଲଜ । ଫଳରେ ରାସ୍ତା ମଝିରେ ଶହ ଶହ ଗାଡ଼ି ଅଟକି ରହିଥିଲା ।

ଏଭଳି ଅଭଦ୍ରାମୀ ଅସହ୍ୟ ହେବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ବିରୋଧ କରିଥିଲେ । ରାସ୍ତାରେ ଉତ୍ପାଦ ମଚାଉଥିବା ଯୁବତୀ ଗାଳି ଗୁଲଜ କରିବା ଜାରି ରଖିଥିଲେ । ପରେ ପୋଲିସକୁ ଏନେଇ ଖବର ଦେବା ପରେ ଲିଙ୍ଗରାଜ ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଥିଲା।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମଦ୍ୟପ ଯୁବତୀଙ୍କୁ ପୋଲିସ ଘଟଣାସ୍ଥଳରୁ ଥାନାକୁ ଉଠାଇ ନେଇଛି । ଏହି ଯୁବତୀ ପଶ୍ଚିମବଙ୍ଗର ହୋଇଥିବାବେଳେ ପୋଲିସ ପଚରା ଉଚରା ଜାରି ରଖିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details