ଭୁବନେଶ୍ବର: ଜାତୀୟ ସ୍ତରରେ ଏକ ଉକୃଷ୍ଟ ପାରମ୍ପରିକ ହସ୍ତତନ୍ତର ମାନ୍ୟତା ହାସଲ କଲାପରେ ଓଡ଼ିଶାର ବାନ୍ଧକଳା (ଇକାତ୍) ଏବେ ଏକ ବିଶ୍ୱ-ବ୍ରାଣ୍ଡ ହେବାକୁ ଯାଉଛି । ଆଜି(ସୋମବାର) ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏନେଇ ସବିଶେଷ ଆଲୋଚନା ହୋଇଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ରେ ଅନୁଷ୍ଠିତ ଏହି ବୈଠକରେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ଶାସନ ସଚିବ ଶ୍ରୀମତୀ ଶଭୁା ଶର୍ମା ଏ ସମ୍ବନ୍ଧୀୟ ପ୍ରସ୍ତାବ ଆଲୋଚନା ଉପସ୍ଥାପନ କରିଥିଲେ । ସମୀକ୍ଷାରୁ ଜଣାପଡିଥିଲା ଯେ ଓଡ଼ିଶାର ପଶାପାଲି, ସୋନପରୁୀ, ବୋମକାଇ ଏବଂ କୋଠପାଡ୍ ଓ ଇକାତ୍ ଡିଜିଟାଇନ୍ ର ବଜାର ଚାହିଦା ରହିଛି ।
ପ୍ରଥମ ପର୍ଯ୍ୟାୟରେ ଏହିସବୁ ବ୍ରାଣ୍ଡକୁ ବିଶ୍ୱ-ସ୍ତରୀୟ ବ୍ରାଣ୍ଡରେ ପରିଣତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶୀ୍ରତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଏଗୁଡିକର ବୁଣବତ୍ତା, ରଙ୍ଗ ଓ ମିଶ୍ରିତ ଡିଜାଇନକୁ ଉଚ୍ଚମାନର କରିବା ସହ ବିଶ୍ୱସ୍ତରୀୟ ବ୍ରାଣ୍ଡ, ପ୍ରଚାର ଓ ପ୍ରସାର କରିବା ପାଇଁ ସ୍ଥିର ହୋଇଛି ।
ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଜ୍ୟୋ ପ୍ରକାଶ ଦାଶ ଜଣାଇଥିଲେ ଯେ ବରଗଡ, ସୋନପୁର, କଳାହାଣ୍ଡି ଓ କୋରାପଟ ଅଞ୍ଚଳରୁ ଭିତ୍ତିଭୂମି ବୁଣାକାରମାନେ ଏହିସବୁ ଡିଜାଇନ୍ ପ୍ରସ୍ତୁତିରେ ସିଦ୍ଧ ହସ୍ତ । ପାରମ୍ପରିକ ଡିଜାଇନ୍ ଛଡା, ବର୍ତ୍ତମାନ ପର୍ଯ୍ୟନ୍ତ ୧୬୬ ଟି ନୂଆ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ୨ ୟ ପର୍ଯ୍ୟାୟ 'ଡିଜାଇନ୍ ଏବଂ ରେଫରେନ୍ସ୍' ସଂଗ୍ରହ ଆରମ୍ଭ ହୋଇଛି ।
ଓଡ଼ିଶା ବୟନ ବିପଣନୀକୁ ବାର୍ଷିକ ପ୍ରାୟ ୬୦୦ ରୁ ୭୦୦ କୋଟି ଟଙ୍କାରେ ପହଞ୍ଚିଥିବା ବିଭାଗୀୟ ଶାସନ ସଚିବ ଜଣାଇଥିଲେ । ତେବେ ଆଗାମୀ ବର୍ଷ ମାନଙ୍କରେ ଏହାକୁ ବହୁଗୁଣିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ନିଦ୍ଦେଶ ଦେଇଛନ୍ତି ।