ଓଡିଶା

odisha

ETV Bharat / city

୭୩ତମ ବନ ମହୋତ୍ସବ ପାଳିତ, ୫କୋଟି ଚାରା ରୋପଣ ଲକ୍ଷ୍ୟ - ବନ ମହୋତ୍ସବ 2022

ଆଜି ରାଜ୍ୟସ୍ତରୀୟ ବନ ମହୋତ୍ସବ । 73 ତମ ବନ ଦିବସ ପାଳୁଛି ଓଡିଶା । ଅଧିକ ପଢନ୍ତୁ

୭୩ ତମ ବନ ମହୋତ୍ସୋବ ପାଳିତ, ୫କୋଟି ଚାରା ରୋପଣ ଲକ୍ଷ୍ୟ
୭୩ ତମ ବନ ମହୋତ୍ସୋବ ପାଳିତ, ୫କୋଟି ଚାରା ରୋପଣ ଲକ୍ଷ୍ୟ

By

Published : Jul 7, 2022, 5:13 PM IST

ଭୁବନେଶ୍ବର: ଆଜି ରାଜ୍ୟସ୍ତରୀୟ ବନ ମହୋତ୍ସବ । 73 ତମ ବନ ଦିବସ ପାଳୁଛି ଓଡିଶା । ବନ ମହୋତ୍ସବ ପାଳନ କାର୍ଯ୍ୟକ୍ରମରେ ଭର୍ଚୁଆଲରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ ମହୋତ୍ସବ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୫ କୋଟି ଚାରା ରୋପଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

୭୩ ତମ ବନ ମହୋତ୍ସୋବ ପାଳିତ, ୫କୋଟି ଚାରା ରୋପଣ ଲକ୍ଷ୍ୟ

ଏହା ସହିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଓ ମନ୍ତ୍ରୀ ଅଶୋକ ପଣ୍ଡା।1950 ମସିହାରୁ ଏହି ଦିବସ ପାଳନ କରାଯାଉଛି । 5ଟି ଜିନିଷ ବନ ସୁରକ୍ଷା ପାଇଁ ଆବଶ୍ୟକ । ରାଜ୍ୟରେ 39 ପ୍ରତିଶତ ଜଙ୍ଗଲ ରହିଛି। ଏହି ଜଙ୍ଗଲ ଆହୁରି ବଢିବ। ଜମି, ଜଳ, ଜଙ୍ଗଲ, ଜୀବଜନ୍ତୁ, ଜନସାଧାରଣ। ଏହି ପର୍ବ ଜନ ଆନ୍ଦୋଳନରେ ପାଳନ ହୋଇଛି ।

ରାଜ୍ୟରେ 61 ହଜାର ହେକ୍ଟର କିଲୋମିଟର ଜମି ରହିଛି। ଯେଉଁଠି ଗଛ ଲଗାଯିବ। ଏଥିପାଇଁ ଯୌଥ କମିଟି ଗଠନ କରାଯାଇଛି। ଗାଁ ଠାରୁ ସହର। ସ୍କୁଲ ଠାରୁ କଲେଜ ପର୍ଯ୍ୟନ୍ତ ବ୍ୟାପକ ଭାବରେ ଗଛ ଲଗାଯିବ। ଆମେ ଗଛ ଲଗାଇବା ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ ପ୍ରବର୍ତ୍ତାଇବା ଏହା ହେଉଛି ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । କାର୍ଯ୍ୟକ୍ରମରେ ଗଛ ଲଗାଇ ପରିବେଶ ପ୍ରତି ଅବଦାନ ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details