ଭୁବନେଶ୍ବର: ମଙ୍ଗଳବାର ଭୁବନେଶ୍ବରରେ ବାଲିଯାତ୍ରା ଆରମ୍ଭ ହୋଇଛି । ତୃତୀୟ ବର୍ଷ ପାଇଁ କୂଆଖାଇ ନଦୀ କୂଳରେ ଏହା ଅନୁଷ୍ଠିତ ହୋଇଛି। ଏହି ଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଗୋଟିଏ ୱେବସାଇଟର ଆବଶ୍ୟକତା ଥିବା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ବାଲିଯାତ୍ରାରେ ଯୋଗଦେଇ ଏହା କହିଛନ୍ତି ମନ୍ତ୍ରୀ।
ଭୁବନେଶ୍ବର ବାଲିଯାତ୍ରାକୁ ଲୋକାଭିମୁଖୀ ପାଇଁ ୱେବସାଇଟ ଆବଶ୍ୟକ - demand website for promoting
ମଙ୍ଗଳବାର ଭୁବନେଶ୍ବରରେ ବାଲିଯାତ୍ରା ଆରମ୍ଭ ହୋଇଛି । ତୃତୀୟ ବର୍ଷ ପାଇଁ କୂଆଖାଇ ନଦୀ କୂଳରେ ଏହା ଅନୁଷ୍ଠିତ ହୋଇଛି । ତେବେ ଏହି ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଗୋଟିଏ ୱେବସାଇଟର ଆବଶ୍ୟକତା ଥିବା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ତେବେ ତାଙ୍କ ସହିତ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଯୋଗଦେଇ ସମାନ କଥା କହିଛନ୍ତି । ଏହାସହ ଏ ବାଲିଯାତ୍ରାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ