ଓଡିଶା

odisha

By

Published : Jun 4, 2020, 3:33 PM IST

ETV Bharat / city

ବାଲିଅନ୍ତା ତହସିଲଦାର ଗିରଫ, ନେଉଥିଲେ ଲକ୍ଷେ ୨୦ ହଜାର ଲାଞ୍ଚ

ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନ ଗିରଫ। ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ...

ବାଲିଅନ୍ତା ତହସିଲଦାର ଗିରଫ, ନେଉଥିଲେ ଲକ୍ଷେ ୨୦ ହଜାର ଲାଞ୍ଚ
ବାଲିଅନ୍ତା ତହସିଲଦାର ଗିରଫ, ନେଉଥିଲେ ଲକ୍ଷେ ୨୦ ହଜାର ଲାଞ୍ଚ

ଭୁବନେଶ୍ବର: ଭଜିଲାନ୍ସ ଜାଲରେ ବାଲିଅନ୍ତା ତହସଲିଦାର ରଶ୍ମିରେଖା ପ୍ରଧାନ । ଏକ ଜମି ମାମଲାରେ ଏକ ଲକ୍ଷ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ରଶ୍ମିରେଖାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ବାଲିଅନ୍ତା ତହସିଲଦାର ଗିରଫ, ନେଉଥିଲେ ଲକ୍ଷେ ୨୦ ହଜାର ଲାଞ୍ଚ

ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ବର ସାହୁଙ୍କ ଜରିଆରେ 1 ଏକର ୨୨୫ ଡିସିମିଲି ଚାଷ ଜମିକୁ ଘରବାଡି ଜାଗାରେ ପରିବର୍ତ୍ତିତ କରାଇବା ପାଇଁ କୈଳାସ ରଥ ନାମକ ବ୍ୟକ୍ତିଙ୍କ ଠୁ ଲାଞ୍ଚ ନେଉଥିଲେ ରଶ୍ମିରେଖା । ଏହି ସମୟରେ ଉଭୟ ଡାଟା ଏଣ୍ଟ୍ରି ଅପରେଟର ଓ ତହସିଲଦାରଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରେଡ୍‌ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ କରୁଛି ଭିଜଲାନ୍ସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details