ଓଡିଶା

odisha

By

Published : Aug 24, 2022, 1:56 PM IST

ETV Bharat / city

20 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ବାଳ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଅଧିକ ପଢନ୍ତୁ

20 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ
20 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଭୁବନେଶ୍ବର:ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେବା ପଡିଲା ମହଙ୍ଗା । ଜମି ଭାଗ ବାଣ୍ଟିବାକୁ ଲାଞ୍ଚ ନେଉଥିଲେ ରାଜସ୍ବ ନୀରିକ୍ଷକ । 20 ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ବାଲିଅନ୍ତା ଆରଆଇ (Balianta RI caught by vigilance) ଦେବଦତ୍ତ ବିଶ୍ବାଳ ଭିଜିଲାନ୍ସ ଜାଲରେ ପଡିଛନ୍ତି । ପୈତୃକ ଜମି ବାଣ୍ଟିବାକୁ ଭାଇ ଭାଇ ମଧ୍ୟରେ ସାଜିଥିଲେ ମଧ୍ୟସ୍ଥି ।

ଦୁଇ ଭାଇଙ୍କ ମଧ୍ୟରେ ଜମି ବାଣ୍ଟି ଦେବାର କହି ଠାରୁ 40ହଜାର ନେବା ପାଇଁ ଡିଲ ଫିକ୍ସ କରିଥିଲେ । ଆଉ ଜଣକ ପିଛା 20ହଜାର ଟଙ୍କାର ଲାଞ୍ଚ ଟଙ୍କା ହିସାବରେ ଅଭିଯୋଗକାରୀଙ୍କଠୁ ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ପୂର୍ବରୁ ଏନେଇ ଅଭିଯୋଗ କାରି ଭିଜିଲାନ୍ସକୁ ଜଣାଇବା ପରେ ଯୋଜନା ମୁତାବକ ରଙ୍ଗବୋଳା ଟଙ୍କାକୁ ଲାଞ୍ଚ ଆକାରରେ ନେଉଥିଲେ । ହେଲେ ରଙ୍ଗବୋଳା ଟଙ୍କା ସହ ଧରାପଡିଥିଲେ ଆରଆଇ । ଏନେଇ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ବାଳଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ ଟିମ । ଏନେ ଇ‌ପିସି ଆକ୍ଟରେ ବନ୍ଧା ହୋଇପାରନ୍ତି ଦେବଦତ୍ତ ବିଶ୍ବାଳ।

ଏହା ବି ପଢନ୍ତୁ...ଦାଦନ ଖଟିବାକୁ ଯାଇ ଫେରିନି ପୁଅ, ହତ୍ୟା ସନ୍ଦେହରେ ବୋହୂକୁ ଦାୟୀ କରି ନ୍ୟାୟ ମାଗୁଛି ମାଆ

ନିକଟରେ ଦେଖିବାକୁ ମିଳିିଛି ଅନେକ ସରକାରୀ ଅଧିକାରୀ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡୁଛନ୍ତି । ଲଞ୍ଚ ନେବା ଅପରାଧ ଜାଣିବା ପରେ ରାଜ୍ୟରେ ଏହି ଘଟଣା ବୃଦ୍ଧି ପାଇବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details