ଭୁବନେଶ୍ବର:ଭୁବନେଶ୍ବର ମାର୍କେଟରେ ବାଲେଶ୍ବର ବ୍ରାଉନ ସୁଗାର ବେପାରୀଙ୍କ ନେଟୱାର୍କ । ସୁଯୋଗ ଦେଖି ସଦୁପଯୋଗ କରିବାକୁ ରାଜଧାନୀରେ ଆଡ୍ଡା ଜମାଇଲେଣି ଉତ୍ତର ଓଡିଶା ବେପାରୀ । କାରଣ ଭୁବନେଶ୍ବର ବଜାରରେ ଆଉ ନାହାନ୍ତି ଲୋକାଲ ବ୍ରାଉନ ସୁଗାର ବେପାରୀ । କାରଣ ବିଗତ କିଛି ଦିନ ଧରି ପୋଲିସ, ଅବକାରୀ ବିଭାଗ, ଏସଟିଏଫ ଓ ଏନସିବିର ଲଗାତାର ଚଢାଉ ପରେ ଭୁବନେଶ୍ବରର ଅନେକ ବ୍ରାଉନ ସୁଗାର ପେଡଲର, ଡିଲର ଏବେ ଜେଲରେ ।
ରାଜଧାନୀରେ ସକ୍ରିୟ ହେଲେଣୀ ବାଲେଶ୍ବର ବ୍ରାଉନ ସୁଗାର ବେପାରୀ ଫଳରେ ଭୁବନେଶ୍ବର ମାର୍କେଟରେ ଡିମାଣ୍ଡ ଦେଖି ଏବେ ସିଧାସଳଖ ଭୁବନେଶ୍ବର ମାର୍କେଟରେ ଆଡ୍ଡା ଜମାଇଲେଣି ବାଲେଶ୍ବର ବଡବଡ ବ୍ରାଉନ ସୁଗାର ଡିଲର । ଏନେଇ ସେମାନଙ୍କର ବେପାର ତରିକା ବଦଳାଇ ସିଧା ସଳଖ କିଛି ଚା ଦୋକାନ, ହୋଟେଲ, ଅଟୋ ଡ୍ରାଇଭର,ଏପରିକି କରୋନାରେ ଆର୍ଥିକ ଦୁର୍ବଳ ଥିବା ଲୋକଙ୍କୁ ଏବେ ନିଜର ନେଟୱାର୍କରେ ସାମିଲ କରି ବ୍ୟବସାୟ ଆରମ୍ଭ କରିଛନ୍ତି । ଯାହା ଦ୍ବାରା ପୋଲିସର ସ୍କାନରକୁ ଆସିବା ସହଜ ହେଉନାହିଁ କି ଆଗଭଳି ପୋଲିସର ଆଖି ସେମାନଙ୍କ ଉପରେ ପଡୁନାହିଁ । ଯାହାର ଫାଇଦାରେ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ନିଜର କାୟା ବିସ୍ତାର କରି ବ୍ରାଉନସୁଗାର ନେଟୱାର୍କ ଖେଳିଗଲାଣି ରାଜଧାନୀରେ ।
ତେବେ ବଡ କଥା ହେଉଛି ପୋଲିସ ସ୍କାନରକୁ ଏବେ ସେମିତି କିଛି ଦୃଶ୍ୟ ଆସିଛି । ବାଲେଶ୍ବରର ବେପାରୀ ରାଜଧାନୀରେ ଡିଲ ବେଳେ ପୋଲିସ ହାତରେ ଧରାପଡିଛନ୍ତି । ଏସକେ ଜାମଶେଦ ନାମକ ବାଲେଶ୍ବର ବେପାରୀ ବାଲିଅନ୍ତା ଥାନା ଅଞ୍ଚଳର ବାପି ନାୟକ ଓରଫ ଭଣଜା ହୋଟେଲ ମାଲିକ ସହ ବାଲିଅନ୍ତା ଥାନା ଅଞ୍ଚଳରେ ଡିଲ ବେଳେ ଧରାପଡିଛି । ଉଭୟଙ୍କ ନିକଟରୁ 22 ଲକ୍ଷର ବ୍ରାଉନ ସୁଗାର ସହ ଦୁଇଟି ବାଇକ ଜବତ କରିଛି ପୋଲିସ । ଏଥିସହ 48 ହଜାର 530 ଟଙ୍କା ମଧ୍ୟ ଜବତ କରିଛି ପୋଲିସ । କେବଳ ଏହି ଘଟଣା ନୁହେଁ କିଛି ଦିନ ପୂର୍ବେ ବଡଗଡ ଥାନା ଅଞ୍ଚଳରେ ମଧ୍ୟ ଜଣେ ବାଲେଶ୍ବରର ଯୁବକ ଆସି 5 ଶହ ଗ୍ରାମ ବ୍ରାଉନ ସୁଗାର ଡିଲ ବେଳେ ଧରାପଡିଥିଲା ।
ଏପରିକି ପୂର୍ବରୁ କ୍ୟୁଏଟି ରାଜଧାନୀର ବେପାରୀଙ୍କ ଠାରୁ 20 ଗ୍ରାମ ଓ 25 ଗ୍ରାମ ଜବତ କରୁଥିବା ବେଳେ ବାଲେଶ୍ବର ବେପାରୀଙ୍କ ଠାରୁ ପୋଲିସ ଅଧିକ ପରିମାଣର ବ୍ରାଉନ ସୁଗାର ସହ ଧରାପଢୁଛନ୍ତି । ଗତ ଜୁନ ମାସରେ 623 ଗ୍ରାମର ବ୍ରାଉନ ସୁଗାର ଭୁବନେଶ୍ବରରୁ ଜବତ କରିଥିଲା କମିସନରେଟ ପୋଲିସ । ସମସ୍ତ ଘଟଣାକୁ ନେଇ ଡିସିପି କହିଛନ୍ତି ବାଲେଶ୍ବର ବେପାରୀଙ୍କ ସହ ସ୍ଥାନୀୟ ବେପାରୀ ମଧ୍ୟ କିଛି ଅଛନ୍ତି ସହଯୋଗ କରୁଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ