ଓଡିଶା

odisha

ETV Bharat / city

ଖୁବଶୀଘ୍ର ବିଜେଡିର ପାର୍ଥୀ ଘୋଷଣା, ଡିଜିଟାଲରେ ପ୍ରଚାର କରିବେ ନବୀନ - ବାଲେଶ୍ବର ଉପନିର୍ବାଚନ

ବାଲେଶ୍ବର ଓ ତିର୍ତ୍ତୋଲ ଉପ-ନିର୍ବାଚନ ନେଇ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା । ଦଳର ସଭାପତି ଖୁବଶୀଘ୍ର ନିଷ୍ପତ୍ତି ନେଇ ଜଣେଇବେ କିଏ ଉପନିର୍ବାଚନ ପାଇଁ ପାର୍ଥୀ ହେବେ । ଅଧିକ ପଢନ୍ତୁ...

baleswar-and-tirtola-by-election-bjd-leader-pratap-dev-says-naveen-will-campaign-through-digital
baleswar-and-tirtola-by-election-bjd-leader-pratap-dev-says-naveen-will-campaign-through-digital

By

Published : Oct 9, 2020, 6:15 PM IST

ଭୁବନେଶ୍ବର: ବାଲେଶ୍ବର ଓ ତିର୍ତ୍ତୋଲ ଉପ-ନିର୍ବାଚନ ନେଇ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବଙ୍କ ପ୍ରତିକ୍ରିୟା । ଦଳର ସଭାପତି ଖୁବଶୀଘ୍ର ନିଷ୍ପତ୍ତି ନେଇ ଜଣେଇବେ କିଏ ଉପନିର୍ବାଚନ ପାଇଁ ପାର୍ଥୀ ହେବେ । ପର୍ଯ୍ୟବେକ୍ଷକଙ୍କ ସହ ଦଳୀୟ ଟିମ୍ ମଧ୍ୟ ଘୋଷଣା ହେବ । ଏହା ସହ ଦଳରେ ଗୋଷ୍ଠୀ କନ୍ଦଳ ହେବା ସ୍ଵଭାବିକ ପ୍ରକ୍ରିୟା । ପାର୍ଥୀ ଚୟନ ହେଲା ପରେ ସବୁଠିକ୍ ହେବ । କୋଭିଡ୍ ନିୟମ ଭିତରେ ହେବ । ରାଲି ପଦଯାତ୍ରା, ସାଧାରଣ ସଭା ହେବନାହିଁ । ନୂଆ ପରିସ୍ଥିତିରେ ନିର୍ବାଚନ ହେଉଥିରୁ ନୂଆ ଚ୍ୟାଲେଞ୍ଜ । ଆମେ ଆଶା କରୁଛୁ ଦୁଇଟି ଯାକ ଜିତିବୁ ବୋଲି କହିଛନ୍ତି ବିଜେଡ଼ି ନେତା ପ୍ରତାପ ଦେବ ।

ଖୁବଶୀଘ୍ର ହେବ ପାର୍ଥୀ ଘୋଷଣା, ଡିଜିଟାଲ ମାଧ୍ୟମରେ ପ୍ରଚାର କରିବେ ନବୀନ

ସେହିପରି ସେ କହିଛନ୍ତି, ବିଜେଡି ମନପ୍ରାଣ ଦେଇ ଲଢିବୁ, ଦଳର ସଭାପତି ଓ କର୍ମୀ ମନ ଦେଇ ଲଢିବେ ଏବଂ ଜିତିବେ । ଦଳର ସଭାପତି ପ୍ରଚାର ମଇଦାନକୁ ଓହ୍ଲାଇବେ କି ନାହିଁ ତାହା ନିଷ୍ପତ୍ତି ନେବ ଦଳ ଏବଂ ଡିଜିଟାଲ ମାଧ୍ୟମରେ ନବୀନ ପ୍ରଚାର କରିପାରନ୍ତି ବୋଲି ସେ କହିଛନ୍ତି । ଏନେଇ ଖୁବଶୀଘ୍ର ନିଷ୍ପତ୍ତି ହେବ ବୋଲି କହିଛନ୍ତି ଦଳୀୟ ନେତା ପ୍ରତାପ ଦେବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details