ବାଲେଶ୍ଵର: ସହରର 24, 25 ଓ 27 ନଂ ୱାର୍ଡ ଅଞ୍ଚଳରେ ନିମ୍ନମାନର ରାସ୍ତାକାମ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି କାର୍ଯ୍ୟର ସମୀକ୍ଷା କରିବା ସହ ଉନ୍ନତମାନର କାମ କରିବା ପାଇଁ ଦାବି ଉଠିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିମ୍ନ ମାନର କାର୍ଯ୍ୟ ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନହେଲେ ତୀବ୍ର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।
ନିମ୍ନମାନର ରାସ୍ତା ଓ ଡ୍ରେନ କାର୍ଯ୍ୟକୁ ବିରୋଧ, ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ ଚେତାବନୀ - ବାଲେଶ୍ବରରେ ନିମ୍ନମାନର ରାସ୍ତା କାମ ଅଭିଯୋଗ
ବାଲେଶ୍ଵର ସହରର 24, 25 ଓ 27 ନଂ ୱାର୍ଡ ଅଞ୍ଚଳରେ ନିମ୍ନମାନର ରାସ୍ତାକାମ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି କାର୍ଯ୍ୟର ସମୀକ୍ଷା କରିବା ସହ ଉନ୍ନତମାନର କାମ କରିବା ପାଇଁ ଦାବି ଉଠିଛି । ଅଧିକ ପଢ଼ନ୍ତୁ
ବାଲେଶ୍ବରରେ ରାସ୍ତା ଓ ଡ୍ରେନ କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣିଲେ ଅଞ୍ଚଳବାସୀ
ଡ୍ରେନ କାମରେ ଯେଉଁ ସାମଗ୍ରୀ ବ୍ୟବହାର ହେବା କଥା ତାହା ହେଉନାହିଁ । ଡ୍ରେନ୍ ପାର୍ଶ୍ବରେ ପ୍ୟାକେଜିଂ ମଧ୍ୟ ଠିକ୍ ଭାବରେ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ସେହିପରି ରାସ୍ତାକାମରେ ପିଚୁ ବିଛାଇବାରେ ଅନିୟମିତତା ହୋଇଛି । ସଦ୍ୟ ନିର୍ମିତ ହୋଇଥିବା ରାସ୍ତା ଉପରୁ ପିଚୁ ଆପେଆପେ ଉଠି ଯାଉଥିବା ଅଭିଯୋଗ ହୋଇଛି । ଏ ବାବଦରେ ସମସ୍ତ କାର୍ଯ୍ୟ ପାଇଁ ସମ୍ପୃକ୍ତ ଠିକାଦାରଙ୍କ ବିଲ ଦେବାବେଳେ ଅର୍ଥ କାଟ କରିବା ପାଇଁ ଦାବି କରାଯାଇଛି । ବାକିଥିବା କାର୍ଯ୍ୟ ଠିକ୍ ଭାବେ କରା ନଗଲେ ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।