ଭୁବନେଶ୍ବର: ଆସନ୍ତା ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟରଙ୍କ ପାଇଁ ସବୈତନିକ ଛୁଟି ଘୋଷଣା କରାଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ।
ଉପନିର୍ବାଚନ ପାଇଁ ସବୈତନିକ ଛୁଟି ଘୋଷଣା ଏହି ଦିନ ଉପରିସ୍ଥ ଅଧିକାରୀଙ୍କଠାରୁ ଅନୁମତି ନେଇ ଛୁଟିରେ ରହିପାରିବେ କର୍ମଚାରୀ । ଏ ନେଇ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସେହିପରି ଯେଉଁ କର୍ମଚାରୀ ମତଦାନ ପ୍ରକ୍ରିୟାରେ ନିୟୋଜିତ ରହିଛନ୍ତି ସେମାନେ ମଧ୍ୟ ଗୋଟିଏ ଦିଅଁ ଆକସ୍ମିକ ଛୁଟି ନେଇପାରିବେ।
ଆସନ୍ତା ମାସ 3 ରେ ହେବାକୁ ଥିବା ସଂପୃକ୍ତ ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ମହାବିଦ୍ୟାଳୟ , ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଇତ୍ୟାଦି ସଂସ୍ଥା ବନ୍ଦ ରହିବ । ଏଥିସବ ସଂପୃକ୍ତ ଅନୁଷ୍ଠାନ ବା କାର୍ଯ୍ୟାଳୟ କର୍ମଚାରୀଙ୍କ ପାଇଁ ନଭେମ୍ବର 3 କୁ ସବୈତିନିକ ଛୁଟି ଭାବେ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି ।
ଏତଦବାଦ ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ କାର୍ଯ୍ୟରେ ଯେଉଁ କର୍ମଚାରୀ 3 ଦିନରୁ ଅଧିକ ଦିନ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବେ, ସେମାନଙ୍କୁ ଗୋଟିଏ ଦିନ ଆକସ୍କିମ ଛୁଟି ସେହି ବର୍ଷରେ ନେବାକୁ ଅନୁମତି ଦିଆଯିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ