ଓଡିଶା

odisha

ETV Bharat / city

ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ: 30 ଲକ୍ଷ 80 ହଜାରକୁ ବୃଦ୍ଧି ହେଲା ପ୍ରାର୍ଥୀଙ୍କ ଖର୍ଚ୍ଚରାଶି - Candidates' expenditure have increased

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପକ୍ଷରୁ ନିର୍ବାଚନୀ ଖର୍ଚ୍ଚରାଶି 28 ଲକ୍ଷ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି ।

Candidates' expenditure
ପ୍ରାର୍ଥୀଙ୍କ ଖର୍ଚ୍ଚରାଶି ବୃଦ୍ଧି

By

Published : Oct 21, 2020, 4:03 PM IST

ଭୁବନେଶ୍ବର: ପାଖେଇ ଆସୁଛି ନିର୍ବାଚନ ତାରିଖ । ଆଉ ସବୁ ରାଜନୈତିକ ଦଳ ପ୍ରାର୍ଥୀମାନେ ମଧ୍ୟ ଜୋରସୋରରେ ଆରମ୍ଭ କରିଛନ୍ତି ନିର୍ବାଚନୀ ପ୍ରଚାର । ତେବେ ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପକ୍ଷରୁ ନିର୍ବାଚନୀ ଖର୍ଚ୍ଚରାଶି 28 ଲକ୍ଷ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚରାଶି ବୃଦ୍ଧି କରିଛନ୍ତି। ପୂର୍ବରୁ ପ୍ରାର୍ଥୀଙ୍କ ଖର୍ଚ୍ଚରାଶି 28 ଲକ୍ଷ ଟଙ୍କାରେ ସୀମିତ ଥିଲା । ଏବେ ଏହାକୁ 30 ଲକ୍ଷ 80 ହଜାରକୁ ବୃଦ୍ଧି ହୋଇଛି।

ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ବିଶେଷକରି ସାମ୍ପ୍ରତିକ ପରିସ୍ଥିତି ଦେଖି ଏହି ବୃଦ୍ଧି ପ୍ରାର୍ଥୀଙ୍କୁ ସହାୟକ ହେବ। ତେବେ ଖର୍ଚ୍ଚରାଶି ଏହି ସୀମା ଟପିଲେ ଗଠିତ କମିଟି କଡା କାର୍ଯ୍ୟାନୁଷ୍ଠାନ ନେବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details