ଓଡିଶା

odisha

ETV Bharat / city

ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ - କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ

ପ୍ରଫେସର ଉମାବଲ୍ଲଭ ମହାପାତ୍ର ହେଲେ ରାଜେନ୍ଦ୍ର(ବଲାଙ୍ଗୀର)ବିଶ୍ୱବିଦ୍ୟାଳୟର କୁଳପତି ଏବଂ ପ୍ରଫେସର ସଞ୍ଜୟ କୁମାର ଶତପଥୀ କଳାହାଣ୍ଡି(ଭବାନୀପାଟଣା) ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି । ଅଧିକ ପଢନ୍ତୁ...

ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ
ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ

By

Published : Apr 12, 2021, 4:53 PM IST

ଭୁବନେଶ୍ବର: ନିଯୁକ୍ତି ପାଇଲେ ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି । ନିଯୁକ୍ତି ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପ୍ରଫେସର ଉମାବଲ୍ଲଭ ମହାପାତ୍ର ହେଲେ ରାଜେନ୍ଦ୍ର(ବଲାଙ୍ଗୀର)ବିଶ୍ୱବିଦ୍ୟାଳୟର କୁଳପତି । ସେହିପରି ପ୍ରଫେସର ସଞ୍ଜୟ କୁମାର ଶତପଥୀ କଳାହାଣ୍ଡି(ଭବାନୀପାଟଣା) ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ମିଳିଛି ।

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆମେଣ୍ଡମେଣ୍ଟ ଆକ୍ଟ 2020 ଅନୁସାରେ ଉଭୟଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି ରାଜ୍ୟପାଳ । କାର୍ଯ୍ୟରେ ଯୋଗ ଦେବାଠାରୁ 4 ବର୍ଷ ପର୍ଯ୍ୟନ୍ତ ଉଭୟଙ୍କୁ କୁଳପତି ଭାବେ ନିଯୁକ୍ତି ମିଳିଛି । ଉମାବଲ୍ଲଭ ମହାପାତ୍ର ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର(botany)ବିଭାଗର ମୁଖ୍ୟ ଭାବେ ଅବସର ନେଇଛନ୍ତି । ଅଧ୍ୟାପନା କ୍ଷେତ୍ରରେ ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କର 33 ବର୍ଷର ଅଭିଜ୍ଞତା ରହିଛି । ସେ ଗୋଟେ ପୁସ୍ତକର ଲେଖିଛନ୍ତି । 14 ଜଣ ପିଏଚଡି ଓ 24 ଜଣ ଏମଫିଲ୍ ଛାତ୍ରଛାତ୍ରୀଙ୍କୁ ଗାଇଡ଼ କରିଛନ୍ତି ପ୍ରଫେସର ଉମାବଲ୍ଲଭ ମହାପାତ୍ର ।

ସେହିପରି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କର ଅଧ୍ୟାପନା କ୍ଷେତ୍ରରେ ରହିଛି 36 ବର୍ଷର ଅଭିଜ୍ଞତା । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟର କମର୍ସ ବିଭାଗର ମୁଖ୍ୟ ଭାବେ ଅବସର ନେଇଛନ୍ତି । ସେ 24ଟି ପୁସ୍ତକ ରଚନା କରିଛନ୍ତି । ସେଥିମଧ୍ୟରୁ 13ଟି ପାଠ୍ୟକ୍ରମ ସମ୍ପର୍କିତ ପୁସ୍ତକ ରହିଛି । ତାଙ୍କ ତତ୍ୱାବଧାନରେ 20 ଜଣ ଛାତ୍ରଛାତ୍ରୀ ପିଏଚଡି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details