ଓଡିଶା

odisha

ETV Bharat / city

ଦ୍ବିତୀୟ ଦିନରେ ଚାଷୀଙ୍କ ଧାରଣା, ଦାବି ପୂରଣ ନହେଲେ ଆତ୍ମହତ୍ୟା ଧମକ - ଧାନର ଉଚିତମୂଲ୍ୟ ଦାବି କଲେ ଚାଷୀ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଓ କୃଷକ ବୀମା ଦାବିରେ ଧାରଣାରେ ବସିଛନ୍ତି ବଲାଙ୍ଗୀର ଓ ଯାଜପୁର ଚାଷୀ । ଆଜି ଏହା ଦ୍ବିତୀୟ ଦିନରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

ଦିତୀୟ ଦିନରେ ଚାଷୀଙ୍କ ଧାରଣା, ଦାବି ପୂରଣ ନହେଲେ ଆତ୍ମହତ୍ୟା ଧମକ
ଦିତୀୟ ଦିନରେ ଚାଷୀଙ୍କ ଧାରଣା, ଦାବି ପୂରଣ ନହେଲେ ଆତ୍ମହତ୍ୟା ଧମକ

By

Published : Dec 2, 2021, 10:29 PM IST

ଭୁବନେଶ୍ବର:ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଓ କୃଷକ ବୀମା ଦାବିରେ ଧାରଣାରେ ବସିଛନ୍ତି ବଲାଙ୍ଗୀର ଓ ଯାଜପୁର ଚାଷୀ । ଆଜି ଏହା ଦ୍ବିତୀୟ ଦିନରେ ପହଞ୍ଚିଛି । କେନ୍ଦ୍ର ସରକାରଙ୍କୁ ସେମାନଙ୍କ ଦାବି ଜଣାଇ କୃଷକ ପ୍ରତି ଥିବା ଦାୟିତ୍ୱ ଓ ପ୍ରତିଶ୍ରୁତିକୁ ରାଜ୍ୟ ସରକାର ପୂରଣ କରନ୍ତୁ ବୋଲି କହିଛନ୍ତି ଚାଷୀ । ଏହାକୁ ନେଇ ଦୁଇ ଜିଲ୍ଲାର ଶହଶହ ଚାଷୀ ଲୋୟର ପିଏମ୍‌ଜି(PMG)ରେ ପହଞ୍ଚି କେନ୍ଦ୍ର ସରକାରଙ୍କ ବିରୋଧୀ ନାରାବାଜି କରିଛନ୍ତି ।

ଦିତୀୟ ଦିନରେ ଚାଷୀଙ୍କ ଧାରଣା, ଦାବି ପୂରଣ ନହେଲେ ଆତ୍ମହତ୍ୟା ଧମକ

ପୂର୍ବକାଳରେ ଧାନ ଦେଇ ସୁନା କିଣାଯାଉଥିଲା । ବର୍ତ୍ତମାନ ଧାନର ମୂଲ୍ୟ ଶାଗମାଛ ଦର ହୋଇଛି । ସରକାର ଚାଷୀଙ୍କୁ ଉଚିତ ମୂଲ୍ୟ ଦେବାରେ ଅସମର୍ଥ ହୋଇଛନ୍ତି । ତେଣୁ ଚାଷୀଙ୍କୁ ସମ୍ମାନ ଜଣାଇ ସେମାନଙ୍କ ସ୍ୱାର୍ଥକୁ ନଜରରେ ରଖି ସରକାର ସେମାନଙ୍କ ଦାବି ପୂରଣ କରିବାକୁ ଦାବି ହୋଇଛି । ଭାରତ ଭଳି କୃଷି ପ୍ରଧାନ ଦେଶରେ ଚାଷୀକୁ ତାର ମୂଲ୍ୟ ମିଳିବା ଆବଶ୍ୟକ ବୋଲି କହିଛନ୍ତି ଧାରଣାରତ ଚାଷୀ ।

ଏହାସହ ଚାଷୀଙ୍କ ଉଷୁନା ଧାନ କ୍ରୟ କରିବା ପାଇଁ ମଧ୍ୟ ଦାବି ହୋଇଛି । ତେବେ ଧାରଣା ପରେ ବି ଯଦି ସରକାର ନ ଶୁଣନ୍ତି ତେବେ ଆଗାମୀ ଦିନରେ ବହୁ ସଂଖ୍ୟାରେ ଚାଷୀ ଆତ୍ମହତ୍ୟା କରିବେ ଆଉ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ଚାଷୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details