ଓଡିଶା

odisha

ବଳଙ୍ଗା ଥାନାରେ ବିସ୍ଫୋରଣ ପ୍ରସଙ୍ଗ, ବିଜେଡିକୁ ଟାର୍ଗେଟ କଲା ବିଜେପି

By

Published : Sep 28, 2021, 12:47 PM IST

ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା । ମୁହଁ ଖୋଲିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ର । କହିଲେ ଥାନାରେ ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା ? ଯଦି ଥିଲା ତାକୁ ନିଷ୍କ୍ରିୟ କାହିଁକି କରାଯାଇନଥିଲା ? ଅଧିକ ପଢନ୍ତୁ...

ବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗ, ବିଜେଡିକୁ ଟାର୍ଗେଟ କଲା ବିଜେପି
ବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗ, ବିଜେଡିକୁ ଟାର୍ଗେଟ କଲା ବିଜେପିବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗ, ବିଜେଡିକୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ବର :ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା । ଏନେଇ ମୁହଁ ଖୋଲିଲା ବିଜେପି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ର ବୋମା ଘଟଣାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ପିପିଲିର ଅନେକ ଅଞ୍ଚଳ ବଳଙ୍ଗା ଥାନା ଅଧିନରେ ଆସୁଛି । ଏସଡିପିଓ ମଧ୍ୟ ପିପିଲି ଅଞ୍ଚଳର ଲୋକ । ଉପନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ପିପିଲିରେ ଗ୍ୟାଙ୍ଗୱାର ଅନେକ ବର୍ଷ ହେବ ଚାଲୁଛି । ସାତଶଙ୍ଖ ବିଜେପି କାର୍ଯ୍ୟାଳୟରେ ମଧ୍ୟ ବୋମା ପକାଯାଇଥିଲା ଆଉ ଏବେ ଥାନାରେ ପଡ଼ିଲା । ଯଦି ରକ୍ଷକ ସୁରକ୍ଷିତ ନୁହନ୍ତି, ତେବେ ଲୋକ କେତେ ସୁରକ୍ଷିତ ବୋଲି ସମ୍ବିତ କହିଛନ୍ତି ।

ବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗ, ବିଜେଡିକୁ ଟାର୍ଗେଟ କଲା ବିଜେପି

ପ୍ରଥମତଃ ଥାନାରେ ଏତେ ପରିମାଣର ବିସ୍ଫୋରକ କେଉଁଠୁ ଆସିଲା ? ଯଦି ଥିଲା ତାକୁ ନିଷ୍କ୍ରିୟ କାହିଁକି କରାଯାଇନଥିଲା । ଏଥିପାଇଁ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି । ବିଜେଡ଼ି ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି । ଏ ପ୍ରସଙ୍ଗରେ ବିଜେପି ନିର୍ବାଚନ କମିଶନଙ୍କ ନିକଟକୁ ଯିବ । ନିର୍ବାଚନ ସମୟରେ ଏପରି ହେବା ଗଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି । ଯଦି ପୋଲିସ ସୁରକ୍ଷିତ ନୁହେଁ ତେବେ ଲୋକଙ୍କୁ ସନ୍ଦେଶ ଯାଉଛି ଯେ ସେମାନେ ବି ସୁରକ୍ଷିତ ନୁହେଁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details