ଓଡିଶା

odisha

ETV Bharat / city

ଇଦ୍-ଉଲ୍-ଜୁହା: ରାଜଧାନୀ ଚଳଚଞ୍ଚଳ, ମସଜିଦ୍‌ରେ ସମୂହ ନମାଜ ପାଠ

ଇସଲାମ୍ ଧର୍ମର ପବିତ୍ର ପର୍ବ ଇଦ୍-ଉଲ୍-ଜୁହା ପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ବର । ରାଜଧାନୀର 4 ନମ୍ବର ମସଜିଦ୍ ଓ ସତ୍ୟନଗର ମସଜିଦ୍‌ରେ ସାମୂହିକ ନମାଜ ପାଠ ସହ ବକରୀ ଇଦ୍‌କୁ ଧୁମଧାମ୍‌ରେ ପାଳନ କରିଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ ।

By

Published : Aug 12, 2019, 2:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଜି ଇସଲାମ୍ ଧର୍ମର ପବିତ୍ର ପର୍ବ ଇଦ୍-ଉଲ୍-ଜୁହା। ତ୍ୟାଗ ଓ ବଳିଦାନର ପର୍ବ । ଏଥିପାଇଁ ସାରା ଦେଶର ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ କରୁଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ । ଏକାଠି ନମାଜ ପାଠ କରିବା ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଉଛନ୍ତି । ଏଥି ପାଇଁ ସାରା ରାଜ୍ୟ ଚଳଚଞ୍ଚଳ । ରାଜଧାନୀର 4 ନମ୍ବର ମସଜିଦ୍ ଓ ସତ୍ୟନଗର ମସଜିଦ୍‌ରେ ସାମୂହିକ ନମାଜ ପାଠ ସହ ବକରୀ ଇଦ୍‌କୁ ଧୁମଧାମ୍‌ରେ ପାଳନ କରିଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଆଜିର ଦିନକୁ ଇସଲାମ୍ ଧର୍ମରେ ବଳିଦାନର ଦିନ ବୋଲି କୁହାଯାଏ । ଏହାକୁ ମଧ୍ୟ ବକରୀ ଇଦ୍ ବୋଲି କୁହାଯାଇଥାଏ । ରାଜଧାନୀର ବିଭିନ୍ନ ମସଜିଦ୍‌ରେ ସକାଳୁ ସକାଳୁ ସମୂହ ନମାଜ ପାଠ ପରେ ମୁସଲିମ୍ ସଂପ୍ରଦାୟର ଲୋକେ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଉଛନ୍ତି ।

ଭଗବାନଙ୍କ ପାଇଁ ଶ୍ରଦ୍ଧାର କୁରବାନିକୁ ବକରୀ ଇଦ୍‌ ଭାବେ ପାଳନ କରାଯାଏ ।


ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details