ଭୁବନେଶ୍ବର:ଦୁଇ ଦିନିଆ ରିମାଣ୍ଡରେ ଠକ ଓଗାଳିଲା ସତ । କିଭଳି ପୋଲିସ୍ ସେବା ପରୀକ୍ଷା (combined police service exam)ରେ ପାସ୍ କରାଇଦେବ କହି ବୈକୁଣ୍ଠ ଠକି ନେଇଥିଲା ୧ କୋଟି ୪୭ ଲକ୍ଷ ଟଙ୍କା । ଏନେଇ ରିମାଣ୍ଡରେ ଆଣିଥିବା ଠକ ବୈକୁଣ୍ଠ ଠାରୁ ସତ ବାହାର କରିଛି EOW(Economic Offence Wing) । କଳାହାଣ୍ଡିରୁ ସରକାରୀ ଅଧିକାରୀ ହେବା ସ୍ବପ୍ନ ନେଇ ଆସିଥିବା ୨୫ ବର୍ଷୀୟ ଯୁବକ ବୈକୁଣ୍ଠ ନାୟକ କିଭଳି ହୋଇଯାଇଥିଲା କୋଟିପତି ଠକ ତାହା EOW ଆଗରେ କହିଛି ।
ଚାକିରି ଦେବାକୁ କହି ଠକିଥିଲା କୋଟିଏ ଟଙ୍କା, ସମ୍ପର୍କୀୟଙ୍କ ନାଁରେ ଆକାଉଣ୍ଟ ଖୋଲି ରଖୁଥିଲା ଜମା ନିଜେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପରୀକ୍ଷା ଦେବାକୁ ପଢାପଢି ପାଇଁ ଭୁବନେଶ୍ଵର ଆସିଥିଲା ବୈକୁଣ୍ଠ । ଆଉ କିଛି ପଇସା ଥିବା ପିଲା ତାର ବନ୍ଧୁ ପାଲଟି ଯାଇଥିଲେ । ଏହି ସମୟରେ ଟଙ୍କା ଦେଇ ଚାକିରି କରିବା ପାଇଁ ବହୁ ଆଶାୟୀ ପ୍ରସ୍ତୁତ ଥିବା କଥା ଜାଣିବାକୁ ପାଇଥିଲା ବୈକୁଣ୍ଠ । ଜଣଙ୍କ ପିଛା ସରକାରୀ ଚାକିରି ପାଇଁ ୬ରୁ ୭ଲକ୍ଷ ଲାଞ୍ଚ ଦେବା ପାଇ ପ୍ରସ୍ତୁତ ଥିଲେ ଆଶାୟୀ । ଏହାର ଫାଇଦା ଉଠାଇବାକୁ ଚିନ୍ତା କଲା ବୈକୁଣ୍ଠ । ଥରେ ASO ପରୀକ୍ଷା ଦେଇଥିବା ଠକ ବୈକୁଣ୍ଠ ପରୀକ୍ଷାରେ ପାସ୍ ନହୋଇ ମଧ୍ୟ ସେକ୍ରେଟରିଆଟ୍ରେ ଚାକିରି କରୁଛି କହୁଥିଲା । ଏଥିପାଇଁ ଏକ ନକଲି ଆଇଡି କାର୍ଡ ତିଆରି କରି ବୁଲୁଥିଲା ।
ଚାକିରି ଦେବାକୁ କହି ଠକିଥିଲା କୋଟିଏ ଟଙ୍କା, ସମ୍ପର୍କୀୟଙ୍କ ନାଁରେ ଆକାଉଣ୍ଟ ଖୋଲି ରଖୁଥିଲା ଜମା ପୋଲିସ୍ ସେବା ପରୀକ୍ଷା (combined police service exam) ୨୦୧୩ର ଆଶାୟୀ ପିଲାଙ୍କୁ ଚାକିରି କରାଇଦେବା ନାଁରେ ୨୦୧୬ରେ ୩୮ଜଣ ପିଲା ବୈକୁଣ୍ଠର ଠକାମୀର ଶିକାର ପାଲିଟିିଥିଲେ । ବିଭିନ୍ନ ଅଫିସର ଚିହ୍ନା ଅଛନ୍ତି କରି ପ୍ରତ୍ୟେକ ନିରିହ ଆଶାୟୀଙ୍କ ପିଛା ୫ରୁ ୭ଲକ୍ଷ ପର୍ଯ୍ୟନ୍ତ ନେଇଥିଲା ବୈକୁଣ୍ଠ । ବରିଷ୍ଠ ଅଧିକାରୀ କହି ଭିମସେନ ମହାରଣା ନାମକ ଠକକୁ ଦେଖାଇଥିଲେ ବୈକୁଣ୍ଠ । ଭୀମସେନ ମଧ୍ୟ ପୂର୍ବରୁ ଗିରଫ ହୋଇ ସାରିଛି ।
ନିଜ ସମ୍ପର୍କୀୟଙ୍କ ଅଜାଣତରେ ତାଙ୍କ ନାମରେ ୧୨ଟି ଭିନ୍ନଭିନ୍ନ ଆକାଉଣ୍ଟ ଖୋଲି ଠକେଇ ଟଙ୍କା ରଖି ଖର୍ଚ୍ଚ କରୁଥିଲା ବୈକୁଣ୍ଠ । ୨୫ବର୍ଷ ବୟସରୁ ଏଭଳି ଠକାମୀର ପ୍ଲାନ ଶୁଣି EOW ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ବୈକୁଣ୍ଠ ନିକଟରୁ ୧୭ଟି ଏଗ୍ରିମେଣ୍ଟ୍ ପେପର ଜବତ କରିଛି EOW ଅଧିକାରୀ । ଚାକିରି କରେଇଦେବା ନାଁରେ ଆଶାୟୀ ପିଲାଙ୍କ ସହ ସେଲ୍ଫ ଏଗ୍ରିମେଣ୍ଟ କରିଥିଲା । ଏହାଦ୍ବାରା ପିଲା ତାକୁ ଭରସା କରୁଥିଲେ । ଏଭଳି ଭାବରେ ୧କୋଟି ଟଙ୍କାର ସେ ଏକାକି ନେଇଥିଲା । ବାକି ଏହି ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଲୋକଙ୍କ ଭାଗରେ ପଡ଼ିଥିଲା । ଏହାକୁ ଅଧିକ ଯାଞ୍ଚ ପାଇଁ ପୁଣି ଥରେ ବୈକୁଣ୍ଠକୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି EOW ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ