ଓଡିଶା

odisha

ETV Bharat / city

ବଗଲା ଧର୍ମଶାଳା ବିବାଦ; ପିଟିସନରେ ଦସ୍ତଖତ କଲେ ସମ୍ବିତ

ବଗଲା ଧର୍ମଶାଳା ବିବାଦରେ ଦାଖଲ ହେବାକୁ ଥିବା ପିଟିସନରେ ଦସ୍ତଖତ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢନ୍ତୁ...

By

Published : Mar 1, 2021, 1:53 PM IST

ବଗଲା ଧର୍ମଶାଳା ବିବାଦ
ବଗଲା ଧର୍ମଶାଳା ବିବାଦ

ପୁରୀ: ବଗଲା ଧର୍ମଶାଳା ବିବାଦକୁ ନେଇ ଦାଖଲ ହେବାକୁ ଥିବା ପିଟିସନରେ ଦସ୍ତଖତ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ସେ ଓକିଲ ପିତାମ୍ବର ଆଚାର୍ଯ୍ୟଙ୍କୁ ଭେଟି ପିଟିସନରେ ଦସ୍ତଖତ କରିଛନ୍ତି ।

ବଗଲା ଧର୍ମଶାଳା ଜମିର ବେଆଇନ କ୍ରୟକାରୀଙ୍କୁ ରୋକିବାକୁ ସେ ପିଟିସନରେ ସାଇନ କରିଛନ୍ତି । ଏନେଇ ଟ୍ବିଟ୍‌ କରି ନିଜେ ସମ୍ବିତ ପାତ୍ର ସୂଚନା ଦେଇଛନ୍ତି ।

ବଗଲା ଧର୍ମଶାଳା ବିବାଦ

ଏହା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ବେଆଇନ ଉପାୟରେ ଜବରଦଖଲ ହୋଇପାରିବ ନାହିଁ ବୋଲି ସେ ଟ୍ବିଟ୍‌ କରିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ (ବ୍ୟୁରୋ ଚିଫ୍‌), ଇଟିଭି ଭାରତ

ABOUT THE AUTHOR

...view details