ଓଡିଶା

odisha

ETV Bharat / city

ବିବେକହୀନ ଭାବରେ ଆମ୍ବୁଲାନ୍ସ ବ୍ୟବହାର ନକରିବାକୁ କହିଲେ ବାଗ୍‌ଚୀ - କୋରୋନା ସଙ୍କଟ

କୋରୋନା ସଙ୍କଟ ସମୟରେ ସମସ୍ତେ ବିବେକର ସହ କାମ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ । ଆମ୍ବୁଲାନ୍ସର ଅସଦ ବ୍ୟବହାର ନକିରବାକୁ ବାଗ୍‌ଚୀ କହିଛନ୍ତି । ଅଧିକ ପଢ଼ନ୍ତୁ...

ବିବେକହୀନ ଭାବରେ ଆମ୍ବୁଲାନ୍ସ ବ୍ୟବହାର ନକରିବାକୁ କହିଲେ ବାଗ୍‌ଚୀ
ବିବେକହୀନ ଭାବରେ ଆମ୍ବୁଲାନ୍ସ ବ୍ୟବହାର ନକରିବାକୁ କହିଲେ ବାଗ୍‌ଚୀ

By

Published : Apr 25, 2020, 12:14 AM IST

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ସଙ୍କଟ ସମୟରେ ସମସ୍ତେ ବିବେକର ସହ କାମ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

ବାଗ୍‌ଚୀ କହିଛନ୍ତି ଯେ କିଛି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯିବାକୁ ଆମ୍ବୁଲାନ୍ସ ଆପଣାଉଛନ୍ତି । ସେହିପରି କିଛି ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଟଙ୍କା ଲୋଭରେ ନିଜର ବିବେକ ହରାଉଛନ୍ତି । ଏମିତି କିଛି ଆମ୍ବୁଲାନ୍ସ ପାଇଁ ସମସ୍ତ ଆମ୍ବୁଲାନ୍ସଗୁଡିକୁ ଯାଞ୍ଚ କରାଯାଉଛି । ଏଥିପାଇଁ ଅନେକ ରୋଗୀ ହାଇରଣରେ ପଡୁଛନ୍ତି । ମୁଖ୍ୟମନ୍ତ୍ରୀ ଅନେକ ସମୟରେ ଆମ୍ବୁଲାନ୍ସକୁ ବାଟ ଛାଡିଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ବି ଆମ୍ବୁଲାନ୍ସକୁ ବାଟ ଛଡ଼ାଯାଇଥିବା ନଜିର ରହିଛି । ଏପରିସ୍ଥିତିରେ ବିବେକହୀନ ଭାବରେ ଆମ୍ବୁଲାନ୍ସର ଅସଦ ବ୍ୟବହାର ନକିରବାକୁ କହିଛନ୍ତି ବାଗ୍‌ଚୀ ।

ଅନ୍ୟପକ୍ଷେ ଓଡିଶାକୁ 4ର୍ଥ ପର୍ଯ୍ୟାୟରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି 3 ଜିଲ୍ଲା ସଫଳ କରାଇବେ ବୋଲି କହିଛନ୍ତି ବାଗ୍‌ଚୀ । ଏହି 3ଟି ଜିଲ୍ଲାବାସୀ ମୁଖ୍ୟତଃ 4ଟି କଥାକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ସରକାରଙ୍କ 4ଟି ମୁଖ୍ୟ ବାର୍ତ୍ତା

  • ନଡରି ଆଗକୁ ଆସନ୍ତୁ
  • ଅଲଗା ରୁହନ୍ତୁ
  • ସନ୍ଦିଗ୍ଧ ଥିଲେ ପରୀକ୍ଷା କରନ୍ତୁ
  • ସଂକ୍ରମିତ ଥିଲେ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ତଥ୍ୟ ଦିଅନ୍ତୁ


ବାଗ୍‌ଚୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ଜନ ସଂଖ୍ୟାର ପ୍ରାୟ 10 ପ୍ରତିଶତ ବୟସ୍କ ନାଗରିକ । ବୟସ୍କ ନାଗରିକଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ହେବ । ଶିଶୁମାନଙ୍କ ସୁରକ୍ଷା ନେଇ ଅଧିକ ସତର୍କ ହେବାକୁ ପଡିବ।

ରାଜ୍ୟରେ 33 ଟି କୋଭିଡ ହସ୍ପିଟାଲ କରାଯାଇଥିବା ସୂଚନା ଦେଇଛନ୍ତି ସୁବ୍ରତ । ସେହିପରି ଶଯ୍ୟା ସଂଖ୍ୟା 5476କୁ ବୃଦ୍ଧି ପାଇଛି । କଟକ ଏସସିବି ମେଡିକାଲରେ 105 ଜଣ ନର୍ସଙ୍କ ସ୍ୱତନ୍ତ୍ର ଟ୍ରେନିଂ ଜାରି ରହିଛି । ଏହି ଟ୍ରେନିଂ 7 ଦିନ ପାଇଁ ଚାଲିବ ବୋଲି ସେ କହିଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details