ଭୁବନେଶ୍ବର: ରାଜ୍ୟର ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ମୋ ସ୍କୁଲ ଯୋଜନା ଅଧ୍ୟକ୍ଷ ତଥା ତାଙ୍କ ପତ୍ନୀ ସୁସ୍ମିତା ବାଗଚୀ ମିଳିତ ଭାବେ ଶୁକ୍ରବାର ରାଜ୍ୟର କୋରୋନା ଲଢେଇ ପାଇଁ ଥିବା ସାହାଯ୍ୟ ପାଣ୍ଠିକୁ ଆର୍ଥିକ ଅନୁଦାନ କରିଛନ୍ତି । ଉଭୟେ 2.5 କୋଟି ଟଙ୍କାର ଏକ ଚେକ ମୁଖ୍ୟ ଶାସନ ସଚିବଙ୍କୁ ହସ୍ତାନ୍ତର କରିଛନ୍ତି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
କୋରୋନା ଲଢେଇ ପାଇଁ ବାଗଚୀ ଦମ୍ପତି ଦେଲେ 2.5 କୋଟି ଟଙ୍କା - ବାଗଚୀ ଦମ୍ପତିଙ୍କ ଆର୍ଥିକ ଅନୁଦାନ
ରାଜ୍ୟର ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ମୋ ସ୍କୁଲ ଯୋଜନା ଅଧ୍ୟକ୍ଷ ସୁସ୍ମିତା ବାଗଚୀ ମିଳିତ ଭାବେ ଶୁକ୍ରବାର ରାଜ୍ୟର କୋରୋନା ଲଢେଇ ପାଇଁ ଥିବା ସାହାଯ୍ୟ ପାଣ୍ଠିକୁ ଆର୍ଥିକ ଅନୁଦାନ କରିଛନ୍ତି ।

କୋରୋନା ଲଢେଇ ପାଇଁ ବାଗଚୀ ଦମ୍ପତିଙ୍କ 2.5 କୋଟି ଟଙ୍କା ଦାନ
ବାଗଚୀ ଦମ୍ପତିଙ୍କ ଏହି ସହାୟତା ରାଶି ବଲାଙ୍ଗୀର ଜିଲ୍ଲାରେ ସ୍ବାସ୍ଥ୍ୟଗତ ସାହାଯ୍ୟ ଓ ଆବଶ୍ୟକୀୟ ରିଲିଫ ଯୋଗାଇବାରେ ବ୍ୟବହାର କରାଯିବ ବୋଲି ଜଣାପଡିଛି । ପ୍ରକାଶ ଥାଉ କି ସୁବ୍ରତ ବାଗଚୀ ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଜନ୍ମ ନେଇଥିବା ବେଳେ ସୁସ୍ମିତା ବାଗଚୀ ଏହିଠାରେ ହିଁ ବିଦ୍ୟାରମ୍ଭ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ