ଓଡିଶା

odisha

ETV Bharat / city

20ରୁ ବିଏଡ ଓ ବିଏଚଇଡି ନାମଲେଖା ଆବେଦନ - ଉଚ୍ଚଶିକ୍ଷା ବିଭାଗ

ଆସନ୍ତା ୨୦ ତାରିଖରୁ ବିଏଡ ଓ ବିଏଚଇଡି ନାମଲେଖା ଆବେଦନ ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ବିଏଡ ଓ ବିଏଚଏଡ ପାଠ୍ୟକ୍ରମ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅଧିକ ପଢନ୍ତୁ...

20ରୁ ବିଏଡ ଓ ବିଏଚଏଡ ନାମଲେଖା ଆବେଦନ
20ରୁ ବିଏଡ ଓ ବିଏଚଏଡ ନାମଲେଖା ଆବେଦନ

By

Published : Aug 18, 2021, 7:15 AM IST

ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ ବିଏଡ ଓ ବିଏଚଇଡି ନାମଲେଖା ଆବେଦନ ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ବିଏଡ ଓ ବିଏଚଇଡି ପାଠ୍ୟକ୍ରମ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ଅନଲାଇନରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

20ରୁ ବିଏଡ ଓ ବିଏଚଏଡ ନାମଲେଖା ଆବେଦନ

୨୦୨୧-୨୩ ଶିକ୍ଷା ବର୍ଷରେ ୧ ହଜାର ବିଏଡ ଓ ୫୦ଟି ବିଏଚଇଡି ନାମଲେଖା ପାଇଁ ଅକ୍ଟୋବର ୭ରୁ ୯ ତାରିଖ ମଧ୍ୟରେ ପ୍ରବେଶିକା ପରୀକ୍ଷା କରାଯିବ । ଏ ନେଇ ସପ୍ଟେମ୍ବର ୧୦ ତାରିଖରେ ଆବେଦନ ପକ୍ରିୟା ଶେଷ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ମହାବିଦ୍ୟାଳୟରେ ବିଏଡ ଓ ବିଏଚଇଡି ପାଠ୍ୟକ୍ରମର ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଚଳିତ ଶିକ୍ଷା ବର୍ଷରେ ରାଜ୍ୟରେ ୪ଶହ ସାଧାରଣ ଓ ୬ଶହ ସେଲ୍ଫ ଫାଇନାନ୍ସ ବିଏଡ ସିଟରେ ଛାତ୍ରାଛାତ୍ରୀ ପଢିବା ପାଇଁ ସୁଯୋଗ ପାଇବେ । ଛାତ୍ରଛାତ୍ରୀଙ୍କୁ ସହାୟତା ପାଇଁ ନମ୍ବର ଜାରି କରାଯାଇଛି । ଆବେଦନ ନେଇ କୌଣସି ସମସ୍ୟା ଉପୁଜିଲେ 155335,18003456770ରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details