ଓଡିଶା

odisha

ETV Bharat / city

ଆଜାଦୀ କା ଅମୃତ ମହୋତ୍ସବ, ୭୫ଟି ଲୋକଶିଳ୍ପ ଉତ୍ପାଦର ହେଉ ପ୍ରଦର୍ଶନ - bhubaneswar news

ଆଜାଦୀ କା ଅମୃତ ମହୋତ୍ସବ । ଭାରତୀୟ ଦୂତାବାସ ପକ୍ଷରୁ ଏକ ପ୍ରସ୍ତାବ ଆହ୍ବାନ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ । ଅଧିକ ପଢନ୍ତୁ....

Azadi Ka Amrit Mahotsav innagureted by pmo
ଆଜାଦୀ କା ଅମୃତ ମହୋତ୍ସବ,୭୫ଟି ଲୋକଶିଳ୍ପ ଉତ୍ପାଦର ହେଉ ପ୍ରଦର୍ଶନ

By

Published : Apr 23, 2021, 9:33 PM IST

ଭୁବନେଶ୍ବର:ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ହୋଇଛି 'ଆଜାଦୀ କା ଅମୃତ ମହୋତ୍ସବ' । ଏହାର ଆନୁଷ୍ଠାନିକ ପାଳନ ନିମନ୍ତେ ବାହରିନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ପ୍ରସ୍ତାବ ଆହ୍ବାନ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତୀୟ ଅନୁଷ୍ଠାନମାନଙ୍କ ପକ୍ଷରୁ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜ ଯୋଗଦେଇଥିଲେ । ଏହି ଅମୃତ ମହୋତ୍ସବରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତର ୭୫ଟି ଐତିହ୍ୟ ସମ୍ପନ୍ନ ଲୋକଶିଳ୍ପର ଉତ୍ପାଦ ବାହରିନ ସମେତ ବିଶ୍ୱର ଅନ୍ୟାନ୍ୟ ଦେଶ ମାନଙ୍କରେ ପ୍ରଦର୍ଶନ ହେଉ ବୋଲି ଅରୁଣ ପ୍ରସ୍ତାବ ଦେଇଛନ୍ତି ।

ଆଜାଦୀ କା ଅମୃତ ମହୋତ୍ସବ,୭୫ଟି ଲୋକଶିଳ୍ପ ଉତ୍ପାଦର ହେଉ ପ୍ରଦର୍ଶନ

୭୫ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ସମ୍ବଳିତ ପ୍ରଦର୍ଶନ କରାଯାଉ । ୭୫ ସଂଖ୍ୟା ଅଧାରରେ ବହୁଗୁଣିତ ଭାରତୀୟ ଫଳ ବୃକ୍ଷ ମଧ୍ୟ ବିଦେଶ ମାଟିରେ ରୋପଣ କରିବାର ଆୟୋଜନ ହେଉ । ଏହାଦ୍ୱାରା ଭାରତ ଓ ବାହରିନ ଉଭୟ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ସଦଭାବନା ବଜାୟ ରହି ପାରିବ ବୋଲି ଡ. ପ୍ରହରାଜ ଗୁରୁତ୍ୱ ଦେଇଛନ୍ତି ।

ସେହିପରି ଭାରତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳାର ଏକ ସୁଦୃଶ୍ୟ ପ୍ରଦର୍ଶନ ମଧ୍ୟ ଏହି ବର୍ଷ ପାଳନ ଅବସରରେ ହେଉ ବୋଲି ଡ. ପ୍ରହରାଜ ପ୍ରସ୍ତାବ ରଖିଛନ୍ତି । ସଂଯୋଗ ବଶତଃ ବାହରିନ ମଧ୍ୟ ଏ ବର୍ଷ ତାର ସ୍ବାଧୀନତାର ୫୦ ବର୍ଷ ପୂର୍ତ୍ତୀ ପାଳନ କରୁଛି । ଏହି ଗୌରବମୟ ବର୍ଷ ପାଳନ ଉଭୟ ରାଷ୍ଟ୍ରର କୂଟନୈତିକ ସଂହତି ଓ ସଦ୍ଭାବନାକୁ ସ୍ମୃତି ଉଜ୍ଜିବିତ କରିବ ବୋଲି ଆଶା କରାଯାଉଛି ।

ଏହି ପ୍ରସ୍ତାବ ଉପରେ ମତଦେଇ ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବ ଏହାକୁ ଗ୍ରହଣ ପୂର୍ବକ ପ୍ରଶଂସା କରିଥିଲେ । ଡ. ପ୍ରହରାଜ ବାହରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ଭାବରେ ବାହରିନରେ ଭାରତୀୟ ସଙ୍ଗଠନ ମାନଙ୍କ ମଧ୍ୟରେ ନିଜର ସୁନାମ ପ୍ରତିଷ୍ଠା କରି ପାରିଛନ୍ତି । ସେ ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଭାବରେ ବାହରିନରେ ମଧ୍ୟ ଅବସ୍ଥାପିତ ଅଛନ୍ତି ।

ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details