ଭୁବନେଶ୍ବର: ଦେଶକୁ ସ୍ବାଧୀନତା ଆଣି ଦେବା ପାଇଁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ବାହିନୀ ଗଠନ କରିଥିଲେ। ଯାହାର ସୁପ୍ରିମ କମାଣ୍ଡର ସାଜି ସେ ସେହି ସମୟରେ ଅଗଣିତ ଯୁବପିଢିଙ୍କୁ ଭାରତର ମୁକ୍ତି ସଂଗ୍ରାମରେ ଯୋଗ ଦେବାକୁ ଅନୁପ୍ରାଣିତ କରିଥିଲେ। ଆଜି ସେହି ବୀରପୁରୁଷଙ୍କ 125 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପୁନଃ ଗଠିତ ଆଜାଦ ହିନ୍ଦ ଫୌଜର ସାଥୀମାନେ ତାଙ୍କୁ ସଲାମୀ ଜଣାଇଛନ୍ତି।
ସୁପ୍ରିମ କମଣ୍ଡାରଙ୍କୁ ସଲାମୀ ଜଣାଇଲା ଆଜାଦ ହିନ୍ଦ ସେନାନୀ - ନେତାଜୀ ସୁବାଷ ଚନ୍ଦ୍ର ବୋଷ
ବୀରପୁରୁଷଙ୍କ 125 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପୁନଃ ଗଠିତ ଆଜାଦ ହିନ୍ଦ ଫୌଜର ସାଥୀମାନେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ସଲାମୀ ଜଣାଇଛନ୍ତି।
ସୁପ୍ରିମ କମଣ୍ଡାରଙ୍କୁ ସଲାମୀ ଜଣାଇଲା ଆଜାଦ ହିନ୍ଦ ସେନାନୀ
ସୁପ୍ରିମ କମଣ୍ଡାରଙ୍କୁ ସଲାମୀ ଜଣାଇଲା ଆଜାଦ ହିନ୍ଦ ସେନାନୀ
ଫରୱାର୍ଡ ବ୍ଲକର ଓଡିଶା ଶାଖା ପକ୍ଷରୁ ଏହି ଫୌଜ ଗଠନ କରାଯାଇଛି। ସ୍ଥାନୀୟ ରସୁଲଗଡ଼ ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ନିକଟରେ ବାହିନୀ ପକ୍ଷରୁ ମାର୍ଚ୍ଚ ଫାଷ୍ଟ କରାଯିବା ସହ ସଲାମୀ ଦିଆଯାଇ ମାଲ୍ୟାର୍ପଣ କରାଯାଇଛି। ଏହି ଅବସରରେ ଫରୱାର୍ଡ ବ୍ଲକର ରାଜ୍ୟ ସଚିବ ତାହା ପୁନଃ ଗଠିତ ଆଜଦ ହିନ୍ଦ ବାହିନୀର ମୁଖ୍ୟ ଜ୍ୟୋତିରଞ୍ଜନ ମହାପାତ୍ର ଆଗାମୀ ଦିନରେ ନେତାଜୀ ଯେଉଁ ଭାରତ ଗଠନ କରିବାର ସ୍ବପ୍ନ ଦେଖିଥିଲେ ତାକୁ ସାକାର କରିବା ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ