ଭୁବନେଶ୍ବର: ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ ନିଲମ୍ବିତ । ଜୁଲାଇ 9ରୁ ଏହି ଆଦେଶ ପିଛିଲା ଭାବେ ଲାଗୁ ହେବ । ସେବେଠାରୁ ତାଙ୍କୁ ନିଲମ୍ବନ କରାଯାଇଛି ବୋଲି ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ ।
ଏହାସହ ବିନା ଅନୁମତିରେ ତାଙ୍କୁ ଭୁବନେଶ୍ବର ବାହାରକୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ପ୍ରକାଶ ଥାଉ କି ବିଭୁଙ୍କ ନାମରେ ଅସଦାଚରଣ ଅଭିଯୋଗ ଆସିଥିଲା ।