ଭୁବନେଶ୍ବର: କୋଭିଡ ଚିକିତ୍ସା ପାଇଁ ଆୟୁର୍ବେଦ ଉପଯୋଗୀ ଫଳପ୍ରଦ ଚିକିତ୍ସା। ଛୋଟ ପିଲାଙ୍କ ପାଇଁ ସ୍ଵର୍ଣପ୍ରାସନ୍ନ ଦିଅନ୍ତୁ। ଏହା ପିଲାଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । କୋଭିଡ ଚିକିତ୍ସା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହୋଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏପରି କିଛି ପରାମର୍ଶ ଦେଇଛନ୍ତି, ବ୍ରହ୍ମପୁରର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମେଡିକାଲ କଲେଜର ଡେପୁଟି ସୁପରିଟେଣ୍ଡେଣ୍ଟ ଡକ୍ଟର ବିମଳ କୁମାର ପଣ୍ଡା ।
ଏହାମଧ୍ୟ ପଢନ୍ତୁ: କୋଭିଡ ଚିକିତ୍ସା ପାଇଁ ଆୟୁର୍ବେଦ ଉପଯୋଗୀ
କୋଭିଡ ତୃତୀୟ ଲହର ମୁକାବିଲାରେ ଆୟୁର୍ବେଦର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ। ଘରେ ରହି ଚିକିତ୍ସା ନେଇପାରିବେ। ଆୟୁର୍ବେଦରେ ଭିଭିନ୍ନ ପ୍ରକାରର ଔଷଧ ଆସିଛି । ଏହି ଔଷଧ ଗୁଡିକ ଘରେ ରହି ଚିକିତ୍ସିତ ହୋଇପାରିବ । ଯେପରିକି ଘିଲୟ ବଟି, ଆୟୁଷ 64, ଅନୁ ତୈଳ ଏବଂ ଚବନପ୍ରାସ ବ୍ୟବହାର କରିପାରିବେ। ଏହା ସବୁ ରୋଗୀଙ୍କୁ ଦେଇପାରିବା । ଜ୍ବର ହେଲେ ସଂଜୀବନି ବଟି, ସତ୍ବ, ଅମୃତ ରିଷ୍ଟ ଆଦି ଦେଇପାରିବା। କାଶ ଥିଲେ କାଶ ଚିନ୍ତାମଣି ଭଳି ଔଷଧ ଦେଇପାରିବା । ଯଦି ନିଦ କମ ହଉଛି ତେବେ ସର୍ପଗନ୍ଧା ଚୂନ, ତୈଳ, ଆଦି ବ୍ୟବହାର କରିପାରିବା। ଅନେକ ସମୟରେ ଭୋକ କମିଗଲେ ଚିତ୍ର ବଟି, ଅଗ୍ନୀକୁମାର ଟାବଲେଟ୍ ରହିଛି। ଦୁର୍ବଳ ଲାଗିଲେ ଅଶ୍ବଗନ୍ଧା ଔଷଧ ରହିଛି। ଆସନ ଓ ପ୍ରାଣାୟମ କରିପାରିବା ।
ଗାଁ ଗହଳିରେ କାଢା ବ୍ୟବହାର ହେଉଛି, କାଢ଼ା ପ୍ରସ୍ତୁତ କରିବାରେ ଏକ ସରଳ ଉପାୟ ରହିଛି। ତୁଳସୀ 4 ଭାଗ, ସୁଣ୍ଠି 2 ଭାଗ, ଗୋଲମରିଚ 2 ଭାଗ ଏବଂ ଡାଲଚିନି 2 ଭାଗ। ପ୍ରଥମେ ସବୁକୁ ଗୁଣ୍ଡ କରନ୍ତୁ । ବୟସ ଅନୁସାରେ 1 ରୁ 5 ବର୍ଷ ମଧ୍ୟରେ 1 ଗ୍ରାମ, 5 ରୁ 10 ବର୍ଷ ପର୍ଯ୍ୟନ୍ତ 2 ଗ୍ରାମ, 10 ରୁ ଊର୍ଦ୍ଧ୍ବ 3 ଗ୍ରାମ ରୁ 5 ଗ୍ରାମ ପର୍ଯ୍ୟନ୍ତ ନେଇପାରିବେ। ଏହାକୁ ନେଇ ପାଣିରେ ଫୁଟାଇବା। ଉଷୁମ ଥିବା ଅବସ୍ଥାରେ ଖାଲି ପେଟରେ ପିଇବା। ସକାଳେ ସନ୍ଧ୍ୟାରେ ପିଇପାରିବା। ରୋଗୀ ଠାରେ ଅନ୍ୟ ରୋଗ ଥାଏ ତେବେ ସମସ୍ତ ପ୍ରକାରର ଔଷଧ ଖାଇବା ସହ କାଢ଼ାକୁ ପିଇପାରିବା । ଏହାର କୌଣସି ପାର୍ଶ୍ଵ ପତିକ୍ରିୟା ନାହିଁ।