ଓଡିଶା

odisha

ETV Bharat / city

ସଚେତନ ହୁଅନ୍ତୁ, ହୃଦଘାତରୁ ବଞ୍ଚନ୍ତୁ: ଡେମୋ ଦେଖାଇଲେ ବିଶେଷଜ୍ଞ - world heart restart day

ବିଶ୍ବ ହୃଦକ୍ରିୟା ପୁନଃ ସଂଚାଳନ ଦିବସ ମହାଲେଖାଗାର କାର୍ଯ୍ୟାଳୟ ଭୁବନେଶ୍ବରରେ ପାଳିତ ହୋଇଯାଇଛି। ବେସିକ ଲାଇଫ ସପୋର୍ଟ ସିଷ୍ଟମ ଜରିଆରେ କିପରି ହୃଦଘାତ ହେବାର 3 ରୁ 5 ମିନିଟ ମଧ୍ୟରେ ସିପିଆର ଦିଆଯାଇ ଜଣକୁ ବଞ୍ଚାଯାଇପାରିବ ସେ ନେଇ ଡେମୋ ଦେଇଛନ୍ତି ବିଭିନ୍ନ ହସ୍ପିଟାଲର ବିଶେଷଜ୍ଞ ।

ଫଟୋ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

By

Published : Oct 16, 2019, 11:09 PM IST

ଭୁବନେଶ୍ବର: ସମାଜରେ ହୃଦଘାତ ଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆକଳନ ଅନୁଯାୟୀ ସମଗ୍ର ବିଶ୍ବରେ ବର୍ଷକୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ମଧ୍ୟରୁ ଶତକଡା 15 ପ୍ରତିଶତ ହୃଦଘାତରେ ହୋଇଥାଏ ବୋଲି ଜଣାପଡିଛି। ତେବେ ସାମାନ୍ୟ ସଚେତନତା ଗ୍ରହଣ କରାଗଲେ ଏଭଳି ଘଟଣାରେ ପୀଡିତ ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଭୁବନେଶ୍ବର

ସ୍ଥାନୀୟ ମହାଲେଖାଗାର କାର୍ଯ୍ୟାଳୟ ପରିସରରେ ବିଶ୍ବ ବନ୍ଦ ହୃଦକ୍ରିୟା ପୁନଃସଂଚାଳନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସଚେତନତା ପାଇଁ ସେଣ୍ଟଜନ ଆମ୍ବୁଲାନ୍ସ ,କେୟାର ହସ୍ପିଟାଲ ଓ ଏଜି ଆମ୍ବୁଲାନ୍ସ ସେବା ପକ୍ଷରୁ ଡେମୋ ପ୍ରଦର୍ଶନ କରାଯାଇଥିଲା । ବେସିକ ଲାଇଫ ସପୋର୍ଟ ସିଷ୍ଟମ ଜରିଆରେ କିପରି ହୃଦଘାତ ହେବାର 3 ରୁ 5 ମିନିଟ ମଧ୍ୟରେ ସି ପି ଆର ଦିଆଯାଇ ପାରିଲେ ଏଥରୁ ଜଣକୁ ବଞ୍ଚାଯାଇ ପାରିବ ବୋଲି ଡାକ୍ତର ପ୍ରଜ୍ଞାନ ରାଉତ ରାୟ କହିଛନ୍ତି । ତେବେ ଏହି ସେପରି କଷ୍ଟସାଧ୍ୟ ଉପାୟ ନୁହେଁ ଯାହାର ଉପାୟ ସମସ୍ତ ଲୋକ ଶିଖିପାରିବା ସହିତ ଅନେକ ସମୟରେ ନିଜ ପାଖରେ ଏହାର ଶିକାର ହେଉଥିବା ଲୋକଙ୍କ ଜୀବନ ବଞ୍ଚାଇ ପାରିବେ ବୋଲି ସେ କହିଛନ୍ତି।


ଏହି ଆଲୋଚନା ଚକ୍ର ଓ ସଚେତନତା ପ୍ରଧାନ ମହାଲେଖାଗାର ମଧୁମିତା ବସୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି । ଏଥିରେ ଭୁବନେଶ୍ବର ବିମାନବନ୍ଦର ନିର୍ଦେଶକ ସୁରେଶ ଚନ୍ଦ୍ର ହୋତା,ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ହରପ୍ରସାଦ ପଟ୍ଟନାୟକ,ପ୍ରଧାନ ମହାଲେଖାକାର ଯଶୋଧରା ରାଏ ଚୌଧୁରୀ ,କେୟାର ହସ୍ପିଟାଲର ହୃଦରୋଗ ଆନାସ୍ଥେସିଆ ବିଭାଗର ଡାକ୍ତର ଧର୍ମ ଜୀବନ ସାମନ୍ତରାୟ ଏବଂ ସେଣ୍ଟ ଜନ ଆମ୍ବୁଲାନ୍ସର ସଚିବ ଡାକ୍ତର ପରେଶ ଚନ୍ଦ୍ର ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ । ଏହି ଉତ୍ସବକୁ ପୁରୁଷୋତ୍ତମ ବଳ ସଂଚାଳନ କରିଥିବାବେଳେ ସେଣ୍ଟ ଜନ ଆମ୍ବୁଲାନ୍ସର ସୁଶାନ୍ତ ପଟ୍ଟନାୟକ ଡେମୋ ପ୍ରଦର୍ଶନୀରେ ସହାୟତା କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ABOUT THE AUTHOR

...view details