ଓଡିଶା

odisha

ETV Bharat / city

ରାଜ୍ୟର ନଡିଆ ଚାଷୀଙ୍କ ପାଇଁ ଖୁସି ଖବର, କେନ୍ଦ୍ର ଆୟୋଜନ କରିବ ସଚେତନତା କାର୍ଯ୍ୟକ୍ରମ - ରାଜ୍ୟର ୫ ଟି ସ୍ଥାନରେ ନଡିଆ ଚାଷୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ନାରିକେଳ ଉନ୍ନୟନ ବୋର୍ଡ ପକ୍ଷରୁ ନଡିଆ ଚାଷୀଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟର ପାଞ୍ଚଟି ସ୍ଥାନରେ ଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛି ମନ୍ତ୍ରଣାଳୟ । ଅଧିକ ପଢନ୍ତୁ

ନାରିକେଳ ଉନ୍ନୟନ ବୋର୍ଡ
ନାରିକେଳ ଉନ୍ନୟନ ବୋର୍ଡ

By

Published : Apr 27, 2022, 8:02 PM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ନାରିକେଳ ଉନ୍ନୟନ ବୋର୍ଡ ପକ୍ଷରୁ ନଡିଆ ଚାଷୀଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ରାଜ୍ୟର ପାଞ୍ଚଟି ସ୍ଥାନରେ ଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛି ମନ୍ତ୍ରଣାଳୟ ।

ଏପ୍ରିଲ ୨୮ ତାରିଖ, ଗୁରୁବାର ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୧୦୦ ଜଣ ଚାଷୀ ଭାଗ ନେବେ । ସେହିପରି ପୁରୀ କୃଷି ବିକାଶ କେନ୍ଦ୍ରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୩୦୦ ନଡିଆ ଚାଷୀ ଅଂଶଗ୍ରହଣ କରିବେ । ୧୦୦ ଜଣ ଲେଖାଏଁ ନଡିଆ ଚାଷୀଙ୍କୁ ନେଇ ୨୯ ତାରିଖରେ ଖୋର୍ଦ୍ଧା ଉଦ୍ୟାନ କୃଷି ବିଦ୍ୟାଳୟ ଏବଂ ୩୦ ତାରିଖରେ କେନ୍ଦ୍ରାପଡା କୃଷି ବିକାଶ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ଆସନ୍ତା ମେ’ ପହିଲାରେ ଭୁବନେଶ୍ବରର ଇମେଜଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ୨୦୦ ଚାଷୀ ଅଂଶଗ୍ରହଣ କରିବେ ।

ସମ୍ପ୍ରତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ‘ଅନ୍ନଦାତା ଦେବୋ ଭବ–କିଷାନ ଭାଗିଦାରୀ ପ୍ରାଥମିକତା ହମାରୀ’ ଅଭିଯାନ ଜାରି ରହିଛି । ଏହି କ୍ରମରେ ନାରିକେଳ ଉନ୍ନୟନ ବୋର୍ଡ ପକ୍ଷରୁ ‘ବୈଜ୍ଞାନିକ ପ୍ରଣାଳୀରେ ନଡିଆ ଚାଷ, ପ୍ରକ୍ରିୟାକରଣ ଏବଂ ମୂଲ୍ୟ ସମ୍ବର୍ଦ୍ଧନ’ ବିଷୟବସ୍ତୁକୁ ନେଇ ନଡିଆ ଚାଷୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଗତକାଲି ଠାରୁ ମେ ପହିଲା ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସାରା ଦେଶର ନଡିଆ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା । କେନ୍ଦ୍ର କୃଷି ଏବଂ କୃଷ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ପ୍ରାୟ ୨୦ ହଜାର ନଡିଆ ଚାଷୀ ଦେଶବ୍ୟାପୀ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସସରେ ନଡିଆ ଚାଷ, ପ୍ରକ୍ରିୟାକରଣ ଏବଂ ମୂଲ୍ୟ ବୃଦ୍ଧି ବିଷୟବସ୍ତୁକୁ ନେଇ ୮୦ ଟି ସେମିନାର ଆୟୋଜନ କରାଯିବ ।

ଆଇସିଏଆର, ସିପିସିଆରଆଇ, ରାଜ୍ୟ କୃଷି/ଉଦ୍ୟାନ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହଭାଗିତାରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ୨୬ ରୁ ୨୮ ଏପ୍ରିଲ ମଧ୍ୟରେ ଏକ ଭର୍ଚୁଆଲ ବାଣିଜ୍ୟ ମେଳା ମଧ୍ୟ ଆୟୋଜନ କରାଯାଉଛି । ଚାଷୀ, ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ଏହି ସଚେତନତା ଅଭିଯାନରେ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି ।

@IANS

For All Latest Updates

TAGGED:

ABOUT THE AUTHOR

...view details