ଓଡିଶା

odisha

ETV Bharat / city

କୋରୋନା ସେକେଣ୍ଡ ୱେଭ: କିପରି ରହିବେ ସତର୍କ? ଆପଣାନ୍ତୁ ଏସବୁ ଉପାୟ - କୋରୋନା ସଂକ୍ରମଣ

ସଂକ୍ରମଣର ଦ୍ୱିତୀୟ ୱେଭକୁ ନେଇ ପ୍ରସ୍ତୁତ ହେବାକୁ ପଡ଼ିବ। ଅଧିକ ଜନବହୁଳ ଅଞ୍ଚଳରେ ଲୋକଙ୍କ ଖାମଖିଆଲି ପାଇଁ ସଂକ୍ରମଣ ବଢ଼ିପାରେ। ଦ୍ୱିତୀୟ ୱେଭରେ ସଚେତନ ନରହିଲେ ଅଧିକ ପ୍ରଭାବିତ ହେବେ ଯୁବଗୋଷ୍ଠୀ । ଅଧିକ ପଢନ୍ତୁ..

କୋରୋନା ସେକେଣ୍ଡ ୱେଭ: କିପରି ରହିବେ  ସତର୍କ , ଆପଣାନ୍ତୁ ଏସବୁ ଉପାୟ
କୋରୋନା ସେକେଣ୍ଡ ୱେଭ: କିପରି ରହିବେ ସତର୍କ , ଆପଣାନ୍ତୁ ଏସବୁ ଉପାୟ

By

Published : Nov 11, 2020, 9:52 PM IST

ଭୁବନେଶ୍ବର: କୋରୋନାରେ ଦ୍ୱିତୀୟ ୱେଭକୁ ନେଇ ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀ । ଏଥିରେ କୋରୋନାର ଦ୍ୱିତୀୟ ୱେଭ ନେଇ ଜନସାଧାରଣଙ୍କୁ ସତର୍କ କରାଇଛନ୍ତି ବିଶେଷଜ୍ଞ। ଶୀତ ଋତୁରେ ଘରେ ସୂର୍ଯ୍ୟ କିରଣ କମିଲେ ସଂକ୍ରମଣ ବଢ଼ିପାରେ! ଘରେ ବାୟୁ ଚଳାଚଳ ବ୍ୟାହତ ହେଲେ ବି ସଂକ୍ରମଣ ବଢିବା ଆଶଙ୍କା ରହିଛି। ଏନେଇ ସାବଧାନ ନ ରହିଲେ ଯୁବ ଗୋଷ୍ଠୀମାନେ ଅଧିକ ପ୍ରଭାବିତ ହେବେ ।

ପ୍ରଥମ ୱେବ ସାଧାରଣ ଭାବରେ ଲମ୍ବା ସମୟ ବ୍ୟବଧାନରେ ରହିଥାଏ । ଦ୍ୱିତୀୟ ୱେଭ ପ୍ରାୟତଃ 2 ରୁ 3 ମାସ ମଧ୍ୟରେ ଆସିଥାଏ।

ରାଜ୍ୟରେ ଦ୍ୱିତୀୟ ୱେଭ କେତେ ମାତ୍ରାରେ ସମ୍ଭାବନା ରହିଛି ?

ରାଜ୍ୟରେ ଦ୍ୱିତୀୟ ୱେଭ ହେବାର ସମ୍ଭାବନା ରହିଛି। ଲୋକେ ଢିଲା ମାରିଲେ ଶହେ ପ୍ରତିଶତ ସଂକ୍ରମଣ ହେବ। ରାଜ୍ୟରେ ସମସ୍ତ କାରବାର ପୁନଃଭାବରେ ଆରମ୍ଭ ହେଲାଣି। ରାଜ୍ୟରେ ସୁସ୍ଥ ସଂଖ୍ୟା ଧୀରେ ଧୀରେ ସଂକ୍ରମଣ ଠାରୁ ଅଧିକ ହେଲାଣି । ସେଥିପାଇଁ ଲୋକମାନେ ଢିଲାପଣ କରୁଛନ୍ତି। ଲୋକଙ୍କ ବ୍ୟବହାରରେ ପରିବର୍ତ୍ତନ ହେବା ଉଚିତ। ଯାହାଦ୍ୱାରା ସଂକ୍ରମଣ ରୋକାଯାଇପାରିବ।

ଯଦି ଦ୍ୱିତୀୟ ପର୍ଯ୍ୟାୟ ଆସେ ତେବେ ପ୍ରଥମ ୱେଭ ଠାରୁ ଏହା ଅଧିକ ସଂକ୍ରମଣ କରିବା କି ?

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଶୀତ ଋତୁ ସହ ପାର୍ବଣ ୠତୁ ରହୁଥିବାରୁ ଆଶଙ୍କା ଅଧିକ ରହୁଛି। ଶୀତଋତୁରେ ଘରର କବାଟ ଝରକା ଅଧି ଖୋଲା ରଖିବା ଉଚିତ। ଯାହା ଫଳରେ ଘରେ ସୂର୍ଯ୍ୟ କିରଣର ଅଭାବ ଦେଖାଦେଲେ ଏବଂ ଲୋକମାନଙ୍କର ସମାଗମ ଆଦି ରହିଲେ ସଂକ୍ରମଣ ଅଧିକ ହେବାର ସମ୍ଭାବନା ଅଧିକ ରହୁଛି।

ଦ୍ୱିତୀୟ ୱେଭରେ କେଉଁମାନେ ଅଧିକ ସଂକ୍ରମଣ ହେବେ ?

ଏହା ଅତି ଭୟଙ୍କର ହେବ ନାହିଁ। ଅଧିକ ଜୀବନ ନେଇପାରେ କିନ୍ତୁ ଏହା ପୂର୍ବରୁ ଅଧିକ ସତର୍କ ରହିବା ଆବଶ୍ୟକ। ଏଥିପାଇଁ କୋଭିଡର ସମସ୍ତ ନିୟମ ପାଳନ କରିବା ଉଚିତ। ଏହାର ପ୍ରଭାବରେ ଅଧିକ ଯୁବକ ମାନେ ପ୍ରଭାବିତ ହେବ। ଯେହେତୁ ଏମାନେ ବାହାରେ ଅଧିକ ସମୟ ଧରି ଚଳପ୍ରଚଳ କରୁଛନ୍ତି। ବାହାଘର ପୂଜା ମେଳା ଆଦିରେ ଯଦି ଲୋକଙ୍କ ଭିଡ଼ ରହିବ ତେବେ ସଂକ୍ରମଣ ଅଧିକ ହେବ।

ସଂକ୍ରମଣକୁ ରୋକିବା ପାଇଁ କଣ କରିବା ଆବଶ୍ୟକ ?

ପ୍ରତ୍ୟେକ ଦିନ ଯୋଗ ବ୍ୟାୟାମ କରିବା ଆବଶ୍ୟକ। ଟେଷ୍ଟ ଓ ସଂକ୍ରମଣର ଟ୍ରାକ ଓ ପ୍ରତିକାର କରିବା ଆବଶ୍ୟକ। ସବୁଦିନ ପରି ହାତକୁ ଭଲ ଭାବରେ ସାବୁନରେ ଧୋଇବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରଖିବା ଜରୁରୀ । ଅନେକ ସମୟରେ ଭୁଲ ତଥ୍ୟର ଶିକାର ହୋଇଥାନ୍ତି। ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ସେହିଭଳି ରୋଗ ପ୍ରତିରୋଧକ ଶକ୍ତି ପାଇଁ ସବୁବେଳେ ସତର୍କତା ଅବଲମ୍ବନ କରିବାକୁ ପଡିବ। ଠିକ ସମୟରେ ଶୋଇବା, ମନରେ ଚିନ୍ତା ରଖିବେ ନାହିଁ। ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା। ଅଧିକ ଓଜନ ବୃଦ୍ଧି ନ ହେବା ପାଇଁ ବ୍ୟୟାମ କରିବା। ମଦ୍ୟପାନ ଓ ମାଦକ ଦ୍ରବ୍ୟ ସେବନ କରିବେ ନାହିଁ। ଟିଭି ମୋବାଇଲ ଓ ଲ୍ୟାପଟପ ଅଧିକ ସମୟ ଧରି ବ୍ୟବହାର କରିବା ନାହିଁ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ




ABOUT THE AUTHOR

...view details