ଭୁବନେଶ୍ବର: କୋରୋନା ମହାମାରୀର ଦ୍ଵିତୀୟ ଲହରୀର ଭୟାବହତା ଉପରେ ତୃଣମୂଳ ସ୍ତରରେ ଜନସଚେତନତା ସୃଷ୍ଟି ପାଇଁ ଲୋକାର୍ପିତ ହୋଇଛି ସଚେତନତା ରଥ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ସହଯୋଗରେ ଏହି ରଥର ଲୋକର୍ପଣ କରାଯାଇଛି ।
ଦ୍ବିତୀୟ ଲହରୀ ଉପରେ ସଚେତନ ପାଇଁ ସଚେତନତା ରଥ ଲୋକାର୍ପିତ ଏହି ଅଭିଯାନ ନିମନ୍ତେ ଆଠଗୋଟି ଯାନକୁ ସୁସଜ୍ଜିତ କରି ସ୍ଥାନରେ ଭିଡ଼ିଓ ଓ ଦୃଶ୍ୟଶ୍ରାବ୍ୟର ବ୍ୟବସ୍ଥା ଥାଇ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନିୟୋଜିତ କରାଯାଇଛି । ଏହି ରଥଗୁଡ଼ିକ ଖୋର୍ଦ୍ଧା, ପୁରୀ, କଟକ ଏବଂ ଜଗତସିଂହପୁର ଏହି ଚାରୋଟି ଜିଲ୍ଲାରେ ଆଗାମୀ ତିନି ମାସ ଧରି ସଚେତନତା କାର୍ଯ୍ୟ କରିବ । ପ୍ରତ୍ୟେକ ଜିଲ୍ଲାକୁ ଦୁଇଟି ଲେଖାଏଁ ରଥ ପ୍ରେରଣ କରିବାର ବ୍ୟବସ୍ଥା କରାଯାଇଛି ।
ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜସ୍ଵ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସଂସ୍କୃତି ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ପ୍ରୋଜେକ୍ଟ ହୋପ୍ର ପ୍ରକଳ୍ପ ସଂଯୋଜକ ଆଲୋକ କୁମାର ମହାନ୍ତି, ମାଇଁ ହାର୍ଟର ଉପଦେଷ୍ଟା ଡ. ପ୍ରବୋଧ କୁମାର ମିଶ୍ର, ମାଇଁ ହାର୍ଟ ସ୍ଵେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଶକ୍ତିଧର ସାହୁ, ନେହେରୁ ଯୁବ କେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଦେଶକ ନବୀନ ନାୟକ ଏବଂ ୟୁନିସେଫର ରାଜ୍ୟ ସଂସ୍କୃତି ସଂଯୋଜକ ବାସୁଦେବ ମାଳବିଶୋଇଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ