ଓଡିଶା

odisha

ETV Bharat / city

Cyber Banking Fraud: ଠକେଇ ରୋକିବାକୁ ଥାନା ଅଧିକାରୀ ନେଲେ ବ୍ୟାଙ୍କିଙ୍ଗ ଫ୍ରଡ ଜ୍ଞାନ - awareness camp organised to check cyber banking fraud

ପୋଲିସ ପଢିଲା ବ୍ୟାଙ୍କିଙ୍ଗ ପାଠ । ସାଇବର ଫ୍ରଡ ରୋକିବା ପାଇ ଆକ୍ସନ ପ୍ଲାନ । ଥାନା ଅଧିକାରୀଙ୍କୁ ଦିଆଗଲା ବ୍ୟାଙ୍କିଙ୍ଗ ଫ୍ରଡ ଜ୍ଞାନ । ଚିନ୍ତା ବଢାଉଛି ସାଇବର କ୍ରାଇମ। ରୋକିବା ପାଇ ହେଉଛି ଆକ୍ସନ ପ୍ଲାନ। ଅଧିକ ପଢନ୍ତୁ

ଠକେଇ ରୋକିବାକୁ ଥାନା ଅଧିକାରୀ ନେଲେ ଜ୍ଞାନ
ଠକେଇ ରୋକିବାକୁ ଥାନା ଅଧିକାରୀ ନେଲେ ଜ୍ଞାନ

By

Published : Mar 9, 2022, 8:50 PM IST

ଭୁବନେଶ୍ବର:ପୋଲିସ ପଢିଲା ବ୍ୟାଙ୍କିଙ୍ଗ ପାଠ । ସାଇବର ଫ୍ରଡ ରୋକିବା ପାଇ ଆକ୍ସନ ପ୍ଲାନ । ଥାନା ଅଧିକାରୀଙ୍କୁ ଦିଆଗଲା ବ୍ୟାଙ୍କିଙ୍ଗ ଫ୍ରଡ ଜ୍ଞାନ । ଚିନ୍ତା ବଢାଉଛି ସାଇବର କ୍ରାଇମ। ରୋକିବା ପାଇ ହେଉଛି ଆକ୍ସନ ପ୍ଲାନ। ବ୍ୟାଙ୍କ ପଢାଇଲା ଠକାମିର ଜ୍ଞାନ। କେମିତି ଠକୁଛନ୍ତି ସାଇବର ଠକ। କେଉଁ କେଉଁ ଉପାୟରେ ଠକୁଛନ୍ତି ଠକ । କୁଆଡେ ଯାଉଛି ଠକେଇ ଟଙ୍କା। ଠକାମିର ତରିକାଠୁ ଠକିବା ପର୍ଯ୍ୟନ୍ତ କିଭଳି ବ୍ୟବହାର କରିଥାନ୍ତି ବ୍ୟାଙ୍କିଙ୍ଗ ସେବା ସେସବୁର ତରିକା ତାଲିମ ନେଇଛନ୍ତି ପୋଲିସ ଅଧିକାରୀ । କମିସନରେଟ ପୋଲିସ ମୁଖ୍ୟାଳୟ ପୋଲିସ ସେବା ଭବନରେ ହୋଇଥିଲା ସାଇବର ଫ୍ରଡ ରୋକିବା ନେଇ କର୍ମଶାଳା। ଯେଉଠି ଆଇସିସିଆଇ ବ୍ୟାଙ୍କର ଏକ୍ସପର୍ଟ ଦେଇଥିଲେ ଏହି ସମସ୍ତ ବୈଷୟିକ ଜ୍ଞାନ କୌଶଳ । କିଭଳି UPI ଅନଲାଇନ ସପିଂ, କେଓ୍ବାଇସି, ଟାଓ୍ବାର ବସାଇବା ଆଳରେ ଓ ଭିନ୍ନ ତରିକା ଦେଖାଇ ଠକ କିପରି ସାଧାରଣ ଲୋକଙ୍କୁ ଶିକାର ବନାନ୍ତି। ପରେ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ ଥିବା ୟୁପିଆଇ ,କ୍ରେଡିଟ କାର୍ଡ, ଡେବିଟ କାର୍ଡ ଓ ଅନଲାଇନ ବ୍ୟାଙ୍କି ଜରିଆରେ ଆକାଉଣ୍ଟ ଜରିଆରେ ଠକାମି କରିଥାନ୍ତି ।

ଠକେଇ ରୋକିବାକୁ ଥାନା ଅଧିକାରୀ ନେଲେ ଜ୍ଞାନ

ସେହିପରି ଠକାମି ଟଙ୍କାକୁ କିଭଳି ଉପାୟରେ ଭିନ୍ନ ଭିନ୍ନ ଆକାଉଣ୍ଟକୁ ପଠାଇ ଏଟିଏମ କାଢିନିଅନ୍ତି। ଏଥିପାଇ ଠକେଇର କିଛି କ୍ଷଣ ମଧ୍ୟରେ ଯାହାକି ଗୋଲଡେନ ପିରିୟଡ ମଧ୍ୟରେ ଅଭିଯୋଗକାରୀ ଅଭିଯୋଗ ଦେଲେ କିପରି ସଠିକ ସମୟରେ ଠକେଇ ଟଙ୍କାକୁ ରୋକାଯିବ। ଏଥିପାଇ ଅଭିଯୋଗକାରୀଠୁ କେତୋଟି ଦିଗକୁ ନେଇ ଅଭିଯୋଗ ରଖିବ ପୋଲିସ ପ୍ରଥମେ କିପରି ତରିକାରେ ଠକେଇ ହେଲେପରେ ଏଥିପାଇ କେଉଁ ତରିକା ଆପଣାଇବା । ସେ ସମ୍ପର୍କରେ ବୁଝିବେ। ପରେ ଏନେଇ ଘରେ ଥିବା ବେଳେ ଫୋନରେ ବା ବାହାରେ କୋଣସି ସ୍ଥାନରେ ବା ଅନଲାଇନ ସାଇଟରେ ବା ସାଇବର କାଫେରେ ଠକେଇ ହେଲେ ସେ ସମ୍ପର୍କରେ ବୁଝିବେ। ପରେ ଠକେଇ ହୋଇଥିବା ସାଇଟର ଆଇପି ଆଡ୍ରେସ ବା ଯେଉଁ ଆକାଉଣ୍ଟ କୁ ଯାଇଥିବା ଟଙ୍କାକୁ ବ୍ୟାଙ୍କ ଜରିଆରେ ଫ୍ରିଜ କରିବେ।

ଠକେଇ ରୋକିବାକୁ ଥାନା ଅଧିକାରୀ ନେଲେ ଜ୍ଞାନ

ସେହିଭଳି କେଉଁ ଲୋକେସନରୁ କଲ ଆସୁଛି କେଉଁ ସାଇଟ ଜରିଆରେ ଠକୁଛନ୍ତି ସେ ନେଇ ଟେଲିକମ ସ୍ଥାର ସାହାଯ୍ୟ ପରେ ସମ୍ପୃକ୍ତ ନମ୍ବରକୁ ଟ୍ରାକ କରି କିପରି ଧରିପାରିବେ ସେ ନେଇ ନେଇଛନ୍ତି ତାଲିମ । ଯାହାକି ଆଗାମୀ ଦିନରେ କେବଳ ସାଇବର ଥାନା ନୁହେଁ ଥାନାକୁ ଆସୁଥିବା ଅଭିଯୋଗକାରୀ କିପରି ଗୋଲଡେନ ପିରିୟଡରେ ଅଭିଯୋଗ ରଖିହେବ ସେ ନେଇ କର୍ମଶାଳାରେ ଗୁରୁତ୍ବ ଦିଆଯାଇଛି‌।

ଠକେଇ ରୋକିବାକୁ ଥାନା ଅଧିକାରୀ ନେଲେ ଜ୍ଞାନ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details