ଓଡିଶା

odisha

ETV Bharat / city

ଲୋକାୟୁକ୍ତ ଦୁର୍ନୀତି ଉପରେ ହେବ ସଚେତନତା ଶିବିର - bhubaneswar

ଲୋକାୟୁକ୍ତ ବିଷୟରେ ସାଧାରଣ ଲୋକଙ୍କୁ କରାଯିବ ସଚେତନ । ଏଥିପାଇଁ ପର୍ଯ୍ୟାୟ କ୍ରମେ ସଚେତନତା ଶିବିର ମାନ ଆୟୋଜନ କରାଯିବ। ପ୍ରଥମ କରି ରାଜ୍ୟରେ ସମ୍ବଲପୁରରେ ରେ ଏହି ସଚେତନତା ଶିବିର ଅନୁଷ୍ଠିତ ହେବ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Jun 24, 2019, 6:51 PM IST

ଭୁବନେଶ୍ବର: ଲୋକାୟୁକ୍ତ ବିଷୟରେ ସାଧାରଣ ଲୋକଙ୍କୁ କରାଯିବ ସଚେତନ । ଏଥିପାଇଁ ପର୍ଯ୍ୟାୟ କ୍ରମେ ସଚେତନତା ଶିବିର ମାନ ଆୟୋଜନ କରାଯିବ। ଲୋକାୟୁକ୍ତାର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟରୁ କିଭଳି ଭାବରେ ଦୁର୍ନୀତି କମିବ । ସେଥିପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ।ପ୍ରଥମ କରି ରାଜ୍ୟରେ ସମ୍ବଲପୁରରେ ରେ ଏହି ସଚେତନତା ଶିବିର ଅନୁଷ୍ଠିତ ହେବ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଲୋକାୟୁକ୍ତ ଆକ୍ଟ ଅନୁଯାୟୀ ରାଜ୍ୟରେ ୨୦୧୪ ମସିହାରେ ଆସିବା ପରେ ଏହା ୭ ଜୁଲାଇ ୨୦୧୮ ମସିହାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କଲେ । ୨୮ ଫେବ୍ରୁଆରୀ ୨୦୧୯ ରେ ଲୋକାୟୁକ୍ତ ରାଜ୍ୟରେ ସ୍ଥାପନ ହେଲା । ଏପ୍ରିଲ ମାସରୁ ଯେଉଁ ମାମଲା ଗୁଡ଼ିକରେ ଦୁର୍ନୀତି ମାମଲା ରହିଛି ସେ ମାମଲା ଗୁଡିକର ତଦନ୍ତ କରାଯାଇଛି । ଲୋକପାଳରେ ଥିବା ମାମଲା ମଧ୍ୟରୁ ୫୯୨ ମାମଲା ରହିଥିବା ବେଳେ ୬୨ ଟି ଦୁର୍ନୀତି ମାମଲା ରହିଛି । ୬୨ ଟି ମାମଲା ମଧ୍ୟରୁ ୫୪ ମାମଲାକୁ ଗ୍ରହଣ କରିଛି ଲୋକାୟୁକ୍ତ । ୪୬୭ ଟି ମାମଲା ଆସିଥିବା ବେଳେ ସମସ୍ତ ମାମଲାକୁ ସରକାରଙ୍କ ନିକଟକୁ ପଠାଇଛି ଲୋକୟୁକ୍ତ।

ଲୋକାୟୁକ୍ତର ମୁଖ୍ୟ ଉଦ୍ଦେଶ୍ୟ ରହୁଛି ରାଜ୍ୟରୁ କିଭଳି ଭାବରେ ଦୁର୍ନୀତି କମିବ। ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ପ୍ରଥମ କରି ସମ୍ବଲପୁରରେ ସଚେତନତା କାର୍ଯ୍ୟକ୍ରମ ହେବାକୁ ଯାଉଥିବା ବେଳେ ପରବର୍ତ୍ତୀ ସମୟରେ ରାଜ୍ୟରେ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ କରାଯିବ। ଯେ କୌଣସି ମାମଲାରେ ସଠିକ୍ ଭାବରେ ତଦନ୍ତ କରାଯାଉଛି ନା ନାହିଁ ତା ଉପରେ ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ଉପରେ ନଜର ରଖିବ ଲୋକାୟୁକ୍ତ । ଯଦି କୌଣସି ତଦନ୍ତ ଅଧିକାରୀ ତଦନ୍ତରେ ଖିଲାପ କରନ୍ତି ତେବେ ଲୋକାୟୁକ୍ତର ଅଧିକାର ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ଏବଂ ସରକାର ଚାହିଁଲେ ତଦନ୍ତ ଅଧିକାରୀଙ୍କୁ ବଦଳା ଯାଇପାରିବ ।

ପ୍ରାଥମିକ ତଦନ୍ତ ୨ ମାସ ପାଇଁ ହେବ ଆବଶ୍ୟକ ପଡ଼ିଲେ ସମୟ ବଢି ବି ପାରେ। ସାଧାରଣତଃ ଏକ ବର୍ଷ ତଦନ୍ତରେ ସମୟ ଲାଗିବ। ଓଡ଼ିଶା ରୁ ଦୁର୍ନୀତି ହ୍ରାସ କରିବା ପାଇଁ କାର୍ଯ୍ୟ କରିବ। ଲୋକାୟୂକ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ ହୋଇନାହିଁ । କିନ୍ତୁ ରାଜ୍ୟ ସରକାରଙ୍କ ସହଯୋଗ ରହିଲେ ଓଡ଼ିଶା ରେ ଏକ ମଡେଲ ଲୋକାୟୁକ୍ତ ପ୍ରତିଷ୍ଠା ହୋଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଲୋକାୟୁକ୍ତର ଅଧ୍ୟକ୍ଷ ଜଷ୍ଟିସ ଅଜିତ୍ ସିଂହ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details