ଓଡିଶା

odisha

ଚିନ୍ତା ବଢାଉଛି ଡାଇବେଟିସ, ସଚେତନ ନହେଲେ ହରାଇପାରନ୍ତି ଦୃଷ୍ଟିଶକ୍ତି

ବିଶ୍ବ ମଧୁମେହ ଦିବସ ଅବସରରେ କ୍ୟାପିଟାଲ ହସ୍ପିଟାଲରେ ଏକ ମାଗଣା କ୍ୟାମ୍ପର ଆୟୋଜନ ହୋଇଛି । ଯେଉଁଥିରେ ରୋଗର ଲକ୍ଷଣ ସହିତ ଉପଚାର ବାବଦରେ ସଚେତନ କରାଯାଇଛି । ଅଧିକ ପଢନ୍ତୁ...

By

Published : Nov 15, 2020, 2:24 AM IST

Published : Nov 15, 2020, 2:24 AM IST

ଚିନ୍ତା ବଢାଉଛି ଡାଇବେଟିସ,
ଚିନ୍ତା ବଢାଉଛି ଡାଇବେଟିସ,

ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢାଉଛି ଡାଇବେଟିସ । ମଧୁମେହ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏହାର ପ୍ରଭାବ ଆଖି ଉପରେ ଅଧିକ ରହୁଛି । ଯେଉଁଥିପାଇଁ ସଚେତନତା ଜରୁରୀ ହୋଇ ପଡିଛି । ଏଥିନେଇ ବିଶ୍ବ ମଧୁମେହ ଦିବସରେ କ୍ୟାପିଟାଲ ହସ୍ପିଟାଲରେ ଏକ ମାଗଣା କ୍ୟାମ୍ପର ଆୟୋଜନ ହୋଇଛି ।

କ୍ୟାମ୍ପରେ ମଧୁମେୟ ରୋଗ ସହିତ ଆଖି ରୋଗ ଉପରେ ମଧ୍ୟ ମାଗଣା ଚିକିତ୍ସା ଦିଆଯାଇଛି । ମଧୁମେହ ରୋଗ ହେଲେ ଏହାର ପ୍ରଭାବ ଆଖି ଉପରେ ପଡିଥାଏ ବୋଲି ଏହି ଅବସରରେ କୁହାଯାଇଛି । ନିୟମିତ ଭାବରେ ବ୍ୟାୟାମ, ପୁଷ୍ଟିକର ଖାଦ୍ୟ ଖାଇବା ସହିତ ରକ୍ତରେ ସକରା ଆବଶ୍ୟକ ଅନୁଯାୟୀ ରହିଲେ ଡାଇବେଟିସ କମିଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ଡାଇବେଟିସ ଡ଼ାକ୍ତର ସୁରେଶ ବେହେରା କହିଛନ୍ତି ।

ଚିନ୍ତା ବଢାଉଛି ଡାଇବେଟିସ

ସେହିପରି ମଧୁମେୟ ରୋଗରେ ଆକ୍ରାନ୍ତ ହେଲେ ଥକା ଲାଗିବା ସହ ଅନ୍ୟାନ୍ୟ ଲକ୍ଷଣ ଦେଖାଦେବ । ଅବହେଳା କଲେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଥାଏ ବୋଲି ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଅଶ୍ବନୀ ମେହେର୍ଦ୍ଦା କହିଛନ୍ତି । ସେପଟେ ବଂଶଗତ ଅନୁସାରେ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଆକ୍ରାନ୍ତ ହୋଇପାରନ୍ତି । ଯେଉଁଥିଲାଗି ସମସ୍ତେ ସଚେତନତା ହେବା ଜରୁରୀ ବୋଲି କୁହାଯାଇଛି ।

ରିପୋର୍ଟ ଅନୁଯାୟୀ, ଓଡିଶାରେ ପ୍ରତି 24 ଘଣ୍ଟାରେ 6 ଜଣଙ୍କର ଜୀବନ ଡାଇବେଟିସରେ ଯାଇଥାଏ । ଭାରତରେ 70 ମିଲିୟନରୁ ଅଧିକ ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details