ଓଡିଶା

odisha

ETV Bharat / city

ସାବଧାନ: ପବ୍ଲିକ ପ୍ଲେସରେ ଚାର୍ଜ କରୁଛନ୍ତି କି... - mobile phone

ପବ୍ଲିକ ପ୍ଲେସରେ ଚାର୍ଜ କରୁଥିଲେ ବଦଳାନ୍ତୁ ଏପରି ଅଭ୍ୟାସ । ନଚେତ ହରାଇବେ ସମସ୍ତ ଗୁରୁତ୍ବପୂର୍ଣ୍ଣ ଡାଟା । ଅଧିକ ପଢନ୍ତୁ...

mobile phone
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Dec 12, 2019, 3:15 PM IST

ଭୁବନେଶ୍ବର: ଅଜଣା ଜାଗାରେ ଚାର୍ଜ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ । କାରଣ ଅନ୍ୟ ସ୍ଥାନରେ ମୋବାଇ ଚାର୍ଜ କରିବା ଦ୍ବାରା ଚୋରି ହୋଇପାରେ ଆପଣଙ୍କ ବହୁମୂଲ୍ୟ ଡାଟା ।

ଏକଥା ଆମେ କହୁନୁ ଏଭଳି ଅନେକ ଅଭିଯୋଗ ଆଗରୁ ସାମ୍ନାକୁ ଆସିସାରିଛି । ତେବେ ଫୋନର ଚାର୍ଜ ସରିଗଲେ ଆମେ ବିଭିନ୍ନ ପବ୍ଲିକ ସ୍ଥାନରେ ଯେମିତିକି ଦୋକାନ, ଏୟାରପୋର୍ଟ, ରେଳ ଷ୍ଟେସନର ଆଦି ଅନେକ ସ୍ଥାନରେ ଚାର୍ଜିଙ୍ଗରେ ଲଗାଇଥାଉ । ଯାହାକି ଆଦୌ ସୁରକ୍ଷିତ ନୁହେଁ ବୋଲି ସାଏବର ଏକ୍ସପଟ ମତ ରଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କାରଣ ଏଭଳି ଯାଗାରୁ ଅନେକ ଡାଟା ଚୋରି ହୋଇପାରେ । ଆଗରୁ କଲିକାତା, ଚେନ୍ନାଇ ଭଳି ରାଜ୍ୟରୁ ଏହିଭଳି ଅଭିଯୋଗ ଆସିସାରିଛି । ଲୋକେ ଏସବୁ ପ୍ରତି ନିହାତି ଧ୍ୟାନ ଦେବା ଦରକାର । ଚାର୍ଜ କଡ଼ ପବ୍ଲିକ ଜାଗାର ବ୍ୟବହାର ନକରି ନିଜସ୍ବ ମୋବାଇଲ ଚାର୍ଜରରେ ବ୍ୟବହାର କରିବା ଉଚିତ ବୋଲି ସାଇବର ଏକ୍ସପର୍ଟ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details