ଓଡିଶା

odisha

ETV Bharat / city

ସରକାରଙ୍କ ଠାରୁ ସହାୟତା ଲୋଡିଲା ଓଡିଶା ଅଟୋ ମହାସଙ୍ଘ - bbsr auto driver

ଲକଡାଉନ ଯୋଗୁଁ ଗାଡ ଚଳାଚଳ ବନ୍ଦ ରହିଛି । ଫଳରେ ରାଜଧାନୀ ଭୁବନେଶ୍ବରରେ ରହୁଥିବା ଅଟୋ ଚାଳକମାନେ ନିଜର ରୋଜଗାର ହରାଇ ବସିଛନ୍ତି । ଏନେଇ ସରକାରଙ୍କ ସାହାଯ୍ୟ ଲୋଡିଛି ଓଡିଶା ଅଟୋ ମହାସଙ୍ଘ । ଅଧିକ ପଢନ୍ତୁ...

ସରକାରଙ୍କଠାରୁ ସହାୟତା ଲୋଡିଲା ଓଡିଶା ଅଟୋ ମହାସଙ୍ଘ
ସରକାରଙ୍କଠାରୁ ସହାୟତା ଲୋଡିଲା ଓଡିଶା ଅଟୋ ମହାସଙ୍ଘ

By

Published : Apr 18, 2020, 2:06 PM IST

ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଦ୍ଵିତୀୟ ପର୍ଯ୍ୟାୟରେ ଜାରି ରହିଛି । ଏହା ମଧ୍ୟରେ କେନ୍ଦ୍ର ସରକାର ଦେଇଥିବା ଗାଇଡ଼ ଲାଇନ ଅନୁସାରେ ରାଜ୍ୟ ସରକାର ମାନେ କିଛି କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦେଶନାମା ଜାରି କରିଛନ୍ତି । ତେବେ ଏହି ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜ୍ୟରେ ଯାତାୟାତ ସେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଟୋ ଚାଳକମାନେ।

ସରକାରଙ୍କଠାରୁ ସହାୟତା ଲୋଡିଲା ଓଡିଶା ଅଟୋ ମହାସଙ୍ଘ

କୋରୋନା ସଂକ୍ରମଣ ସାରା ବିଶ୍ୱରେ ବ୍ୟାପି ଚାଲିଥିବା ବେଳେ ରାଜ୍ୟରେ ପାଖାପାଖି ମାସେ ହେବ ସବୁକିଛି ଠପ ହୋଇଯାଇଛି । ତେବେ ଦୈନିକ ରୋଜଗାର କରିବା ସହ ନିଜ ସଂସାର ଚଳାଉଥିବା ରାଜ୍ୟର ପ୍ରାୟ ଲକ୍ଷାଧିକ ଅଟୋଚାଳକ ବହୁ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ଅଧିକାଂଶ ଚାଳକଙ୍କ ନିକଟରେ ରାସନ କାର୍ଡ କିମ୍ବା ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହୋଇ ନଥିବାରୁ ତାଙ୍କୁ କୌଣସି ସୁବିଧା ମଧ୍ୟ ମିଳୁ ନାହିଁ । ଫଳରେ ସେମାନଙ୍କ ପରିବାର ଭୋକ ଉପାସରେ ଜୀବନ କାଟୁଥିବା କହିଛନ୍ତି ଓଡିଶା ଅଟୋ ଚାଳକ ମହାସଙ୍ଘର ସାଧାରଣ ସମ୍ପାଦକ ପଦ୍ମନ ସାମଲ ।

ତେଣୁ ସେମାନେ ସରକାରଙ୍କ ନିକଟରେ ଏହି ଚାଳକ ମାନଙ୍କୁ ସହାୟତା ପାଇଁ ବ୍ୟାକୁଳ ନିବେଦନ କରିଛନ୍ତି । ବିଭିନ୍ନ ରାଜ୍ୟ ମାନଙ୍କରେ ଦିଆଯାଉଥିବା ପ୍ୟାକେଜ ଭଳି ରାଜ୍ୟରେ ଅଟୋ ଚାଳକ ମାନଙ୍କୁ ମାସକୁ 5 ହଜାର ଟଙ୍କା ନଚେତ ମାସିକ ରାସନ ପାଣିର ବ୍ୟବସ୍ଥା କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details