ଓଡିଶା

odisha

ETV Bharat / city

ଅଟୋ ଚାଳକଙ୍କ ନିଆରା ଦେଶପ୍ରେମ: ଯାତ୍ରୀଙ୍କୁ ଯୋଗାଇଲେ ମାଗଣା ସେବା - ସ୍ବାଧୀନତା ଦିବସ

ରାଜଧାନୀରେ ଜଣେ ଅଟୋ ଚାଳକ ଅଟୋରେ ଯିବାଆସିବା କରୁଥିବା ଯାତ୍ରୀଙ୍କୁ ଯୋଗାଇଛନ୍ତି ନିଶୁଳ୍କ ସେବା । ଯାହାଫଳରେ ଦେଶପ୍ରେମର ଉଦାହରଣ ପାଲଟିଛନ୍ତି ସେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Aug 15, 2019, 2:28 PM IST

Updated : Aug 15, 2019, 7:10 PM IST

ଭୁବନେଶ୍ବର: ଅଟୋରେ ଯାତ୍ରୀଙ୍କୁ ସେବା ତାହା ବି ମାଗଣାରେ । ସ୍ବାଧୀନତା ଦିବସରେ ଦେଖିବାକୁ ମିଳିଛି ଏଭଳି ନିଆରା ଦୃଶ୍ୟ । ରାଜଧାନୀରେ ଜଣେ ଅଟୋ ଚାଳକ ଅଟୋରେ ଯିବାଆସିବା କରୁଥିବା ଯାତ୍ରୀଙ୍କୁ ଯୋଗାଇଛନ୍ତି ନିଶୁଳ୍କ ସେବା । ଯାହାଫଳରେ ଦେଶପ୍ରେମର ଉଦାହରଣ ପାଲଟିଛନ୍ତି ସେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

କାରଣ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଖୁସିରେ ବିଭୋର ହୋଇ ଏମିତି ସେବା ଯୋଗାଇଛନ୍ତି ସ୍ମାର୍ଟସିଟି ଅନଲାଇନ ଅଟୋ ଗ୍ରୁପର ସୁକାନ୍ତ କୁମାର ମଲ୍ଲିକ ।

ରାଜଧାନୀର କଳ୍ପନା ଠୁ ଆରମ୍ଭ କରି ବାଣୀବିହାର, ରସୁଲଗଡ ଠୁ ବରମୁଣ୍ଡାର ଗଳି ଗଳି ଓ ଛକ ଛକ ବୁଲି ସାଧାରଣ ଲୋକଙ୍କୁ ଯୋଗାଇଛନ୍ତି ଏହି ମାଗଣା ସେବା । କେବଳ ସେତିକି ନୁହେଁ ଅଟୋରେ ତ୍ରିରଙ୍ଗାର ତିନି ପତାକା ଓ ମାଗଣା ଅଟୋ ସେବାର ବ୍ୟାନର ମାରି ଚାରିଆଡେ ଘୁରି ବୁଲୁଛନ୍ତି ସୁକାନ୍ତ ।

ଯାହାକୁ ନେଇ ଅନେକ ଲୋକ ତାଙ୍କର ପ୍ରଶଂସା କରିବା ସହ ତାଙ୍କର ଦେଶପ୍ରେମ ପାଇଁ ତାଙ୍କୁ ବହୁତ ଆଶୀର୍ବାଦ ଦେଇଛନ୍ତି ।

କେବଳ ଏବେ ନୁହେଁ ପୂର୍ବରୁ ପିଓକେ ସର୍ଜିକାଲ ଷ୍ଟ୍ରାଇକ ସମୟରେ ବୋଲବମ କାଉଡିଆ ଭକ୍ତଙ୍କୁ ମଧ୍ୟ ଏପରି ସେବା ମାଗଣାରେ ଯୋଗାଇଥିଲେ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Aug 15, 2019, 7:10 PM IST

ABOUT THE AUTHOR

...view details